ପର୍କାସିତ 4:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସେ ବସ୍ବା ଜାଗାର୍ ଗୁଲ୍ଟି ବିତ୍ରେ କଡେ ଚାର୍ଟା ବସ୍ବା ଜାଗା ରଇଲା । ତେଇ ଦବ୍ଲୁଗା ପିନ୍ଦିକରି ଆରି ସୁନାର୍ ମୁକୁଟ୍ ପିନ୍ଦି କଡେଚାରିଟା ପାର୍ଚିନ୍ମନ୍ ବସିରଇଲାଇ । Faic an caibideil |
ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।
ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।
ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।