20 ତିମତିକେ ଚାଡିଦେଲେ ଆରି ତମର୍ ବିସଇ କେ ମିସା, ଅଦିକ୍ ଚିନ୍ତା କର୍ବା ଲକ୍ ମର୍ ଲଗେ ନାଇ । ସେ ତମର୍ ଦୁକ୍ ସୁକ୍ ବିସଇନେଇ ସତଇସେ ଚିନ୍ତା କର୍ସି ।
ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍ ପାଇ ଚିନ୍ତା ନ କରେ ।
ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା ।
ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।
ଜଦି ତିମତି ତମର୍ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍ପାରା ମାପ୍ରୁର୍ କାମ୍ କଲାନି ।
ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ ।
ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ ।
ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
କିରିସ୍ଟକେ ବିସ୍ବାସ୍ କଲାର୍ପାଇ, ତୁଇ ତିମତି ମର୍ ନିଜର୍ ପଅ ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି ।
ତୁଇ ସତଇସେ ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁସ୍ ବଲି ମର୍ ମନେଆଚେ । ତୁଇ ବିସ୍ବାସ୍ କର୍ବା ଆଗ୍ତୁ ତର୍ ଆମା ଲଇ ଆରି ତର୍ ଆୟା ଉନିସ୍ ତାକେ ବିସ୍ବାସ୍ କର୍ତେରଇଲାଇ । ସେନ୍ତାରିସେ ତୁଇ ବିସ୍ବାସ୍ କର୍ବାଟା ଡାଁଟ୍ ଆଚେବଲି ମୁଇ ଜାନ୍ଲିନି ।
ମାତର୍ ତିମତି ତୁଇ ମର୍ ସବୁ ବିସଇ ଜାନିଆଚୁସ୍ । ମୁଇ ଲକ୍ମନ୍କେ କେନ୍ତାରି ସିକାଇଲିନି, କେନ୍ତାରି ଚଲାଚଲ୍ତି କଲିନି, ମର୍ ଆଦେସ୍ କାଇଟା, ମର୍ ବିସ୍ବାସ୍ କେନ୍ତିଟା, ମୁଇ କେନ୍ତି ମୁର୍ଚିକରି ରଇଲିଆଚି, ବିନ୍ ବିନ୍ ଲକ୍ମନ୍କେ କେନ୍ତି ଆଲାଦ୍ କରିଆଚି ଆରି ମକେ ଆଇଲା ଦୁକ୍ କସ୍ଟ ମିସା ଜାନୁସ୍ ।