1 ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।
ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି ।
ସେଟାର୍ ପାଇ ତମର୍ ସରଗର୍ ବାବା ଜେନ୍ତାର୍ ସିଦ୍, ତମେ ମିସା ସେନ୍ତାର୍ ସିଦ୍ ଅଇବା ଦର୍କାର୍ ।”
ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।
ତେବେ ପର୍ମେସର୍ ତମ୍କେ ତାର୍ ଲକ୍ ଅଇବାକେ ବାଚିରଇଲାର୍ ପାଇ ଆରି ତମ୍କେ ଆଲାଦ୍ କରି ସୁକଲ୍ ଲକ୍ ଅଇବାକେ ବେଗ୍ଲାଇଲାର୍ ପାଇ, ଦୟା ଦେକାଇବାକେ, ଦରମ୍ ଅଇବାକେ, ନିଚ୍ ଅଇବାକେ, ସୁଆଲ୍ ଅଇବାକେ, ମୁର୍ଚିକରି ରଇବାକେ ଜାଗ୍ରତ୍ ଉଆ ।
ଏ ମର୍ ଆଲାଦର୍ ମଇତର୍ମନ୍, ଜେନ୍ତିକି ପର୍ମେସର୍ ଆମ୍କେ ଏତେକ୍ ଆଲାଦ୍ କଲାର୍ପାଇ, ଆମେମିସା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ସେନ୍ତାରି ଆଲାଦ୍ କର୍ବାର୍ ଆଚେ ।