3 ଜନ୍ଟା କି ଗଟେକ୍ ମନ୍ ଅଇକରି ରଇବାକେ ସୁକଲ୍ଆତ୍ମା ଆମ୍କେ ବାନ୍ଦିଆଚେ, ସେନ୍ତାରି ସାନ୍ତି ଅଇକରି ରୁଆ ।
ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ ।
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ ।
ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ ।
ଏବେ ଏ ମର୍ ବାଇବଇନିମନ୍ ମୁଇ ରଇଲିନି । ତମର୍ ଚଲାଚଲ୍ତି ସିଦ୍ କର୍ବାକେ ଜବର୍ ଚେସ୍ଟା କରା । ମର୍ ଆଦେସ୍ ସବୁ ମାନିକରି ରୁଆ । ସବୁଲକ୍ ଗଟେକ୍ ମନ୍ ଅଇକରି ସାନ୍ତିଅଇ ରୁଆ । ତେବେ ଆଲାଦ୍ ଆରି ସାନ୍ତିର୍ ପର୍ମେସର୍ ତମର୍ ସଙ୍ଗ୍ ରଇସି ।
ଏନ୍ତାରି ଅଇ ଆମେ ସବୁ ବିସ୍ବାସେ ବଡିକରି ଆରି ପର୍ମେସରର୍ ପଅକେ ଜାନିକରି, ସିଦ୍ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍ କିରିସ୍ଟର୍ ପାରା ଅଇବୁ । ସେ ପୁରାପୁରୁନ୍ ସିଦ୍ ଆଚେ ।
ଆମେ ସବୁ ବିସ୍ବାସି ବାଇବଇନିମନ୍ ଗଟେକ୍ ଗାଗଡ୍ ପାରା ଆରି ସବୁଲକ୍ ସମାନ୍ ଆତ୍ମା ମିଲାଇଆଚୁ । ସେନ୍ତାରିସେ ସମାନ୍ ଆସିର୍ବାଦ୍ ମିଲାଇବାକେ ସେ ଆମ୍କେ ଡାକ୍ଲାଆଚେ ।
ତାକର୍ କାମର୍ ଲାଗି ସେମନ୍କେ ଜିବନ୍ ପରାନ୍ ଦେଇକରି ଆଲାଦ୍ କରା । ନିଜର୍ ନିଜର୍ ଲକ୍ମନର୍ ସଙ୍ଗ୍ ସାନ୍ତିସଙ୍ଗ୍ ରୁଆ ।
ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।