18 ବିପଦେ ପାକାଇବା ସବୁ ଗଟ୍ନାଇଅନି ମାପ୍ରୁ ଜିସୁ ମକେ ରକିଆ କରି, ସର୍ଗେ ରଇବା ତାର୍ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଆକା ଡାକ୍ପୁଟା ପାଅ । ଆମେନ୍ !
ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।”
ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, “ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା ।
ବେସି କସ୍ଟ ରଇବା ପରିକା ଆମ୍କେ ମୁରଚ୍ବାକେ ଦିଆ ନାଇ, ମାତର୍ କାରାପ୍ କାମେଅନି ରକିଆ କରା ଜେନ୍ତିକି ତମର୍ ରାଇଜ୍, ତମର୍ ବପୁ, ଆରି ଡାକ୍ପୁଟା ସବୁ ଜୁଗେଜୁଗେ ତମର୍ ଅଇକରି ରଅ । ଆମେନ୍ !
ଆମର୍ ସବୁ ପାପ୍ କେମା କରିଦିଆସ୍, କାଇକେବଇଲେ ଆମେ ମିସା ଆମର୍ ବିରୁଦେ ବୁଲ୍ କଲା ଲକ୍ମନ୍କେ କେମା କଲୁନି । ଆମ୍କେ ପାପ୍ ଦସ୍ କରାଇବା ସବୁର୍ତେଇଅନି ରକିଆ କରା ।”
ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
ମର୍ ବାବା ପର୍ମେସର୍ ଜେନ୍ତି ସାସନ୍ କର୍ବାକେ ମକେ ତାର୍ ରାଇଜର୍ ଅଦିକାର୍ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଅଦିକାର୍ ଦେବି ।
ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !
ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
ଏ ବାଇବଇନିମନ୍, ମୁଇ କଇବା ଅରତ୍ ଅଇଲାନି ବନି ମାଉଁସ୍ ରଇବା ଗାଗଡ୍ ପର୍ମେସରର୍ ରାଇଜେ ମିସିନାପାରତ୍ । ଆରି ଜନ୍ ଗାଗଡ୍ ମର୍ବାଇ, ସେମନ୍କେ ନ ସାର୍ବା ଜିବନ୍ ଦେଇ ନଏଁ ।
ସେ ଆମ୍କେ ମରନ୍ଟାନେ ଅନି ବଁଚାଇଲା । ସେଟାର୍ପାଇ ଆମେ ରକିଆ ପାଇଲୁ । ମରନ୍ ରଇଲା ଆକା, ମାତର୍ ମରୁନାଇ । ଆରି ସେ ଆମ୍କେ ସାଇଜ କର୍ତେରଇସି ଆକା ବଲି ଜାନିଆଚୁ । ଆମ୍କେ ବଡ୍ ଆସା ଆଚେ ଜେ, ସେ ଆମ୍କେ ସାଇଜ କର୍ବାଟା କେବେ ନ ତେବାଏ ।
ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
ନିଜେ ସାନ୍ତି ଦେବା ପର୍ମେସର୍ ତମ୍କେ ପୁରାପୁରୁନ୍ କରି ସୁକଲ୍ କର । ଆରି ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ବେଲେ, ତମର୍ ଆତ୍ମା, ଜିବନ୍, ଗାଗଡ୍ କାଇ ଦସ୍ ପାପ୍ ନ ଅଇକରି ସଙ୍ଗଇ ରଅ ।
ମାତର୍ ମାପ୍ରୁ, କାତା ରକିଆକାରି । ସେ ତମ୍କେ କାରାପ୍ଟାନେଅନି ରକିଆ କରି ତବିର୍ କରାଇସି ।
ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍ !
ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି ଆରି ତାର୍ ଚାରିବେଟ୍ତି ରଇବା ଉଜ୍ଲେ କେ ଆସିନାପାରତ୍ । ବଁଚି ରଇବା କେ ମିସା ତାକେ ଦେକତ୍ ନାଇ ଆରି କେବେ ମିସା ଦେକିନାପାରତ୍ । ଲକ୍ମନ୍ ତାକେ ଡାକ୍ପୁଟା କର୍ବାଇ ଆରି ତାର୍ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍ ।
ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।
ପର୍ମେସର୍ ଆରି ଜିସୁକିରିସ୍ଟ ମର୍ ସାକି । ଜେକି ମଲା ଲକ୍ମନର୍ ଆରି ଜିବନ୍ ରଇଲା ଲକ୍ମନର୍ ବିଚାର୍ କର୍ସି । ତାର୍ ରାଇଜର୍ ଲାଗି, ସେ ଜଗତେ ସାସନ୍ କର୍ବାକେ ଆଇସି । ସେଟାର୍ପାଇ ମୁଇ ତମ୍କେ ତିଆର୍ଲିନି ।
ସେମନ୍ ଚାଡିଆଇଲା ନଅର୍ତେଇଅନି ଅଦିକ୍ ନିକ ଗଟେକ୍ ନଅରର୍ ପାଇ ତାକର୍ ଆଁକି ରଇଲା । କାଇକେବଇଲେ, ସେମନ୍ ସରଗ୍ ଦେସ୍ ପାରାଟା କଜ୍ତେରଇଲାଇ । ସେମନ୍ ତାକେ ପର୍ମେସର୍ ବଲି ଡାକ୍ଲାର୍ ପାଇ, ସେ ଲାଜ୍ ଅଏନାଇ । କାଇକେବଇଲେ ସେ ତାକର୍ପାଇ ଗଟେକ୍ ନଅର୍ ତିଆର୍କଲା ଆଚେ ।
ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।
ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।
ଏ ମର୍ ଆଲାଦର୍ ମଇତର୍ମନ୍ ସୁନା, ପର୍ମେସର୍ ଏ ଜଗତର୍ ଅର୍କିତ୍ ଲକ୍ମନ୍କେ ବାଚି ଆଚେ । ସେମନ୍ ତାକେ ବିସ୍ବାସ୍ କର୍ବାଇ ଆରି ତାର୍ ରାଇଜେ କେଟ୍ବାଇ । ତାକେ ଆଲାଦ୍କର୍ବା ସବୁ ଲକ୍କେ ସେ ରାଇଜ୍ ଦେବିବଲି କାତା ଦେଏ ନାଇ କି ?
ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି ।
ତାକେ ସବୁର୍ଟାନେଅନି ବପୁଆଚେ, ସେ ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି । ଆମେନ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।
ମୁଇ ଜିଉଦା । ଜିସୁ କିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ଜାକୁବର୍ ବାଇ । ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନର୍ପାଇ ମୁଇ ଏ ଚିଟି ଲେକ୍ଲିନି । ବାବା ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ତମ୍କେ ଜିସୁକିରିସ୍ଟ ଦେକାରକା କର୍ବାକେ ସଙ୍ଗଇଆଚେ ।