୨ୟ ତିମତି 3:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 କାଇକେବଇଲେ ଏନ୍ତାରି ଲକ୍ ବିନ୍ ଗର୍ମନ୍କେ ପୁରିଦେଇ ତେଇ ରଇବା ମାଇଜିମନ୍କେ ନାଡାଇଲାଇନି । ଏ ମାଇଜିମନ୍ ତାକର୍ ପାପର୍ ଲାଗି ନିଜ୍କେ ଦସ୍ ଦେଇ ବିନ୍ ବିନ୍ ରକାମର୍ କରାପ୍ ମନ୍କର୍ବାଟାସଙ୍ଗ୍ ପୁରାପୁରୁନ୍ ଅଇଲାଇଆଚତ୍ । Faic an caibideil |
କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।
କାଇକେବଇଲେ ଗଟେକ୍ ବେଲାଇ ଆମେମିସା ବକୁଆ ଲକର୍ପାରା ରଇ ପର୍ମେସରର୍ କାତା ନ ମାନିକରି, ବୁଲ୍ ବିସଇ କର୍ତେରଇଲୁ । ଆମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ବିସଇ ରଇଲା, ସେଟା ସବୁ ସାର୍ଦାସଙ୍ଗ୍ କର୍ତେରଇଲୁ । ବିନ୍ ଲକର୍ ତିପୁଲ୍ କାତା ଗୁଲାଇବାଟେ ବିଚିକରି ସେମନ୍କେ ଇଁସା କର୍ତେରଇଲୁ । ସେମନ୍ ଆମ୍କେ ଗିନ୍ କର୍ତେରଇଲାଇ, ଆମେମିସା ସେମନ୍କେ ଗିନ୍ କର୍ତେରଇଲୁ ।
କାଇକେବଇଲେ ବିସ୍ବାସି ବଲି କେତେକ୍ ନାଡାଇବା ଲକ୍ କେ ନାଜାନ୍ତେ ପୁରିଆଚତ୍ । ଏ ଲକ୍ମନ୍ ପାଇବା ଡଣ୍ଡ୍ ଆଗର୍ କାଲେଅନି ସାସ୍ତରେ ଲେକାଅଇଆଚେ । ଏ ଲକ୍ମନ୍ ପର୍ମେସରର୍ ଅଦିକାର୍ ନାମତ୍ନାଇ । ଆମର୍ ପର୍ମେସର୍ ଦରମ୍ଟା ବଲି ଲକ୍ମନ୍ ଜେନ୍ତାର୍ ସେନ୍ତାର୍ ବେସିଆ କାମ୍ କଲେମିସା କାଇଟା ନଏଁ ବଲି କଇଲାଇନି । ମାପ୍ରୁ ଜିସୁକିରିସ୍ଟସେ ଆମର୍ ମାଲିକ୍ ବଲି ସେମନ୍ ନାମତ୍ନାଇ ।