୨ୟ ତିମତି 1:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି । Faic an caibideil |
ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
ଏବେ ସର୍ଗେ ମର୍ପାଇ ଜିତ୍ଲା ମୁକୁଟ୍ ସଙ୍ଗଇଆଚେ । ଏ ମୁକୁଟ୍ ପର୍ମେସରର୍ ମୁଆଟେ ମୁଇ ଦରମ୍ ସଙ୍ଗ୍ ଚଲାଚଲ୍ତି କଲାର୍ପାଇ ଆଚେ । ମାପ୍ରୁ ଜେ କି କାକେ ଅନିଆଇ ନ କରି ବିଚାର୍ କର୍ସି, ତାର୍ ବିଚାର୍ନା ଦିନେ ସେ ମୁକୁଟ୍ ମକେ ପୁରୁସ୍କାର୍ ଇସାବେ ଦେଇସି । ସେଟା ଅବ୍କା ମର୍ପାଇ ନାଇ, ମାତର୍ ଜେତ୍କି ଲକ୍ ସେ ବାଉଡି ଆଇବାଟା ଜାଗିଆଚତ୍, ସେମନ୍କେ ସବୁକେ ଦେଇସି ।
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।