୨ ୟ ପିତର୍ 2:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି । Faic an caibideil |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।
ଆଗର୍କାଲେ ବଁଚିରଇବା ଲକ୍ମନ୍ ପର୍ମେସର୍କେ ମାନିକରି ରଅତ୍ନାଇକେ, ସେ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡେନାଇ । ତାର୍ବାଦୁଲେ ସେମନର୍ପାଇ ବନିଆ ଆନାଇଲା । ତେଇ ସବୁଲକ୍ ବୁଡିଗାଲାଇ । ମାତର୍ ସେ ନଅ ଆରି ତାର୍ କୁଟୁମର୍ ସାତ୍ଲକ୍କେ ସେ ରକିଆ କଲା । ସେବେଲେ ନଅ ପର୍ମେସର୍ ଦେକ୍ବା ଇସାବେ ଟିକ୍ ବିସଇ କର୍ବାର୍ ଆଚେ ବଲି ଲକ୍ମନ୍କେ କଇତେରଇଲା ।
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।
ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ ।