5 ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ,
ଆରି ଗଟେକ୍ ବିସଇ ଅଇଲାନି, ତର୍ ଆମର୍ ମଜାଇ ଗଟେକ୍ ବଡେଟା ପାଗଡ୍ ଆଚେ । ଇତିର୍ ଲକ୍ ସିତି ଜାଇ ନଏଁ ଆରି ସିତିର୍ ଲକ୍ ଇତି ଆସି ନଏଁ ” ବଲି କଇଲା ।
ସେ ଆକା ଇସ୍ରାଏଲର୍ ଲକ୍ମନ୍କେ ରକିଆ କର୍ସି ବଲି ଆସା କରି ରଇଲୁ । ମାତର୍ ତାକେ ମରାଇ ତିନ୍ଦିନ୍ ଅଇଲାନି ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ତେବର୍ପାଇ ବୁଦିନଇଲା ଲକ୍ ପାରା ନଅଇ ମାପ୍ରୁର୍ ମନ୍କଲାଟା କଜିକରି ମିଲାଆ ।
ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା ।
ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା ।
ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି ।
ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
ତେବର୍ପାଇ ଜନ୍ ଲକ୍ମନ୍ ପର୍ମେସରର୍ ଲଗେ ଆଇବାକେ ମନ୍ କଲାଇନି, ପର୍ମେସର୍ ଆଚେ ବଲି ବିସ୍ବାସ୍ କର୍ବାର୍ ଆଚେ । ଜେତ୍କି ଲକ୍ମନ୍ ତାକେ କଜ୍ବାଇ, ସେ ସେମନର୍ ଆସା କଲାଟା ପୁରାପୁରୁନ୍ କର୍ସି ।
ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।
ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା ।
ସେନ୍ତାରିସେ ତମେ ବିବାଅଇରଇବା ଏ ମୁନୁସ୍ମନ୍, ନିଜର୍ ମାଇଜିମନର୍ ସଙ୍ଗ୍ ବୁଜାମାନା ଅଇରୁଆ । କାଇକେବଇଲେ ସେମନ୍କେ ତମର୍ଟାନେଅନି ଉନା ବପୁଆଚେ । ସେମନ୍କେ ସନ୍ମାନ୍ ଦିଆସ୍, କାଇକେବଇଲେ ପର୍ମେସର୍ ଦେବା ନ ସାର୍ବା ଜିବନ୍ ତମର୍ ସଙ୍ଗ୍ ସେମନ୍କେ ମିସା ମିଲ୍ସି । ତମର୍ ପାର୍ତନା କର୍ବାଟା ବାଦା ନ ଆଇବାକେ ଏ ସବୁ ଆଦେସ୍ ମାନିକରି ରୁଆ ।
ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।
ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ସେଟାର୍ ପାଇ ଏ ଆଲାଦର୍ ବାଇମନ୍, ତମେ ସେ ଦିନ୍କେ ଜାଗ୍ତେରୁଆ । ପର୍ମେସର୍ ଦେକ୍ବା ଇସାବେ, କାଇ ଦସ୍ ନ ଅଇତେ, ସୁକଲ୍ ଲକ୍ମନର୍ ପାରା, ତାର୍ ସଙ୍ଗ୍ ସାନ୍ତିଅଇ ରଇବାକେ ଜାଗ୍ରତ୍ ଉଆ ।
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।