9 ଗଟେକ୍ ରାଣ୍ଡି ମାଇଜି କଡେଚାରି ବରସ୍ ନ ଅଇତେ, ତାକେ ରାଣ୍ଡି ବଲି ଲେକା କର୍ବାର୍ ନାଇ । ସେ ଗଟେକ୍ ମୁନୁସର୍ ସଙ୍ଗ୍ସେ ମିସିରଇବାର୍ଆଚେ ।
ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।
ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
ଜଦି କନ୍ଆଲେ ମାଇଜି କିରିସ୍ଟକେ ବିସ୍ବାସ୍ କର୍ସି, ଆରି ତାର୍ କୁଟୁମେ ରାଣ୍ଡିମାଇଜିମନ୍ ରଇବାଇ, ସେ ଆକା ସେମନ୍କେ ସାଇଜ କର୍ବାର୍ ଆଚେ । ବିନ୍ ବିସ୍ବାସିମନ୍ ସେ ଦାଇତ୍ ନେଇ କରତ୍ ବଲି ସେ ଆସା କର୍ବାର୍ ନାଇ । ଏଟା ଜେନ୍ତାରିକି ଜାକେ ଆକାସାକା ନ ରଅତ୍ ସେମନ୍କେ ବିସ୍ବାସିମନ୍ ଜତନ୍ କରିପାରତ୍ ।