14 ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ ।
ସେଟାର୍ ପାଇ ତମର୍ ବିତ୍ରେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ବିଚାର୍ କରାନାଇ । ତାର୍ ବାଦୁଲେ ଆମର୍ ବାଇମନର୍ ଚଲାଚଲ୍ତିତେଇ ବିନ୍ ଲକ୍କେ ପାପ୍ କରାଇବା କାଇମିସା ବିସଇ ଆଚେ କି ନାଇ, ସେଟା ଆମେ ନିଜେ ଦେକ୍ବାର୍ ଆଚେ ।
ମୁଇ ତମର୍ଟାନେ ଅନି କାଇକେ ବୁତି ନେଇନାଇ ବଇଲେ, ଜେନ୍ତାରିକି ତମର୍ ଟାନେ ରଇବା ବିନ୍ ପେରିତ୍ମନ୍ ବଡ୍ପନ୍ ଅଇକରି, ଆମେ ପର୍ମେସର୍ ପାଇ କର୍ବା କାମ୍ ସମାନ୍ ଆଚେ ବଲି କଇନାପାରତ୍ ।
ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
ସେମନ୍, ମାଇଜି ମନସ୍ ବିବା ଅଇବାର୍ ନାଇ ଆରି କାଇ କାଇ କାଦି କାଇବାର୍ ନାଇ ବଲି ବୁଲ୍ ସିକିଆ ଦେବାଇ । ସବୁ ରକାମର୍ କାଦି ପର୍ମେସର୍ ତିଆର୍ କଲାଆଚେ । ଜେନ୍ତି କି ଜେତ୍କି ସବୁ ଲକ୍ ତାର୍ ସତ୍ କବର୍ ବିସ୍ବାସ୍ କର୍ବାଇ, ସେମନ୍ ସେ କାଦିର୍ ଲାଗି ତାକେ ଦନିଅବାଦ୍ ଦେବାଇ ।
ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ ।
ଜନ୍ ବିସ୍ବାସିମନ୍ ଗତିଦାଙ୍ଗ୍ଡା ଇସାବେ ଗଟେକ୍ ସାଉକାର୍ ତଲେ କାମ୍ କଲାଇନି, ସେମନ୍ ତାକର୍ ସାଉକାର୍ମନ୍କେ ଅଦିକ୍ ସନ୍ମାନ୍ ଦେବାର୍ ଆଚେ । ଜେନ୍ତାରି କି, ପର୍ମେସରର୍ ନାଉଁ ଆରି ଆମେ ସିକାଇବାଟା କେ ନିନ୍ଦା ନ କରତ୍ ।
ନିଜେ ଜାଗ୍ରତ୍ ଅଇକରି ମୁନୁସ୍ମନ୍କେ ସୁକଲ୍ ଚଲାଚଲ୍ତି କରି, ନିଜର୍ ଗର୍ଦୁଆର୍ ଚାଲାଇକରି, ବିନ୍ ଲକ୍ମନ୍କେ ଦୟା ଦେକାଇକରି ଆରି ନିଜର୍ ମୁନୁସର୍ କାତା ମାନିକରି ରଇବାକେ ସିକା । ସେନ୍ତାର୍ କଲେ ପର୍ମେସର୍ ଆମ୍କେ ସର୍ପି ଦେଲା କବର୍ କେ ମିସା ନିନ୍ଦା ନ କରତ୍ ।
ଜେତ୍କି ବିସଇ ସିକାଇଲୁସ୍ନି, ସେ ସବୁ ବିସଇ ସତ୍ ରଅ ଜେନ୍ତାରିକି ଲକ୍ମନ୍ ନିନ୍ଦା କରିନାପାରତ୍ । ଜେତ୍କି ଲକ୍ ଜିସୁକିରିସ୍ଟର୍ପାଇ ତୁଇ କର୍ବା କାମ୍ ବିରଦ୍ କଲାଇନି, ସେମନ୍ ସବୁ ଲାଜ୍ ଅଇଜିବାଇ । କାଇକେବଇଲେ ଆମ୍କେ ନିନ୍ଦା କର୍ବାକେ ତାକର୍ଟାନେ କାଇଟା ନ ରଏ ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।