12 ଏ ମର୍ ମଇତର୍ମନ୍, ତମେ ବେସି ଦୁକ୍ କସ୍ଟ ମୁର୍ଚିକରି ରଇବାବେଲେ କାବାଅଇଜିବାର୍ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍ଲାନି ବଲି ବାବ୍ବାର୍ ନାଇ ।
ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
କିରିସ୍ଟ ଆରି ତରେକ୍ ଆଇବା ଦିନେ ଗଟେକ୍ ଗଟେକ୍ ଲକର୍ କରିରଇବା ସବୁ କାମ୍ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍ ଜଇଟାନେ ପଡାଇ ପରିକା କରାଅଇସି ।
ଦେକ୍ବାକେଗାଲେ ଜେତ୍କି ଲକ୍ ଜିସୁକିରିସ୍ଟକେ ବିସ୍ବାସ୍ କରି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଚଲାଚଲ୍ତି କର୍ବାକେ ମନ୍ କଲାଇନି, ସେମନ୍ ସବୁ ବିସ୍ବାସ୍ ନ କଲା ଲକ୍ମନର୍ଟାନେଅନି ଦୁକ୍ କସ୍ଟ ପାଇବାଇ ।
ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।
ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ ।
ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ ।