୧ ମ ପିତର୍ 1:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା । Faic an caibideil |
ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।
ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।