Biblia Todo Logo
Bìoball air-loidhne

- Sanasan -




ସିଫନୀୟ 1:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ “ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ଵିତ ସମସ୍ତଙ୍କୁ ଦଣ୍ତ ଦେବା।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ସଦାପ୍ରଭୁ କହିଲେ, “ସଦାପ୍ରଭୁଙ୍କର ଉତ୍ସର୍ଗ ଦିନରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦେବା। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା।

Faic an caibideil Dèan lethbhreac




ସିଫନୀୟ 1:8
15 Iomraidhean Croise  

ତେବେ ସେ ବସ୍ତ୍ରାଗାରର ଅଧ୍ୟକ୍ଷଙ୍କୁ କହିଲେ, “ବାଲ୍‍ର ସମସ୍ତ ପୂଜକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ଏଥିରେ ସେ ବସ୍ତ୍ର ବାହାର କରି ଆଣିଲା।


ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ବରର ପ୍ରତିଫଳ ଦେବା।


କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି।


ପୁଣି, ସେହି ଦିନ ସଦାପ୍ରଭୁ ଊର୍ଦ୍ଧ୍ୱରେ ଊର୍ଦ୍ଧ୍ୱସ୍ଥମାନଙ୍କର ସୈନ୍ୟସାମନ୍ତକୁ ଓ ଭୂମଣ୍ଡଳରେ ଭୂମଣ୍ଡଳସ୍ଥ ରାଜାଗଣଙ୍କୁ ପ୍ରତିଫଳ ଦେବେ।


ଆଉ, ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।”


ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୂପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ।


ଯାହା ପୁରୁଷର, ତାହା ସ୍ତ୍ରୀ ପିନ୍ଧିବ ନାହିଁ, କିଅବା ସ୍ତ୍ରୀର ପୋଷାକ ପୁରୁଷ ପିନ୍ଧିବ ନାହିଁ; କାରଣ ଯେକେହି ତାହା କରେ, ସେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।


Lean sinn:

Sanasan


Sanasan