Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 9:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧାର୍ଥେ ସଜ୍ଜିତ ଅଶ୍ଵମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି ସେମାନଙ୍କ ମୁଖ ମନୁଷ୍ୟ-ମାନଙ୍କ ମୁଖ ସଦୃଶ;

Faic an caibideil Dèan lethbhreac

ଓଡିଆ ବାଇବେଲ

7 ପଙ୍ଗପାଳମାନଙ୍କର ଆକୃତି ଯୁଦ୍ଧ ନିମନ୍ତେ ସଜ୍ଜିତ ଅଶ୍ୱମାନଙ୍କ ସଦୃଶ, ସେମାନଙ୍କ ମସ୍ତକର ଆବରଣ ସୁବର୍ଣ୍ଣ ମୁକୁଟ ତୁଲ୍ୟ, ପୁଣି, ସେମାନଙ୍କ ମୁଖ ମନୁଷ୍ୟମାନଙ୍କ ମୁଖ ସଦୃଶ;

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

7 ପଙ୍ଗପାଳଗୁଡ଼ିକ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱ ପରି ଦେଖାଯାଉଥିଳେ। ସେମାନଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ପରି ଆବରଣ ଥିଲା। ସେମାନଙ୍କର ମୁଖ ମନୁଷ୍ୟ ମୁଖ ପରି,

Faic an caibideil Dèan lethbhreac

ପବିତ୍ର ବାଇବଲ

7 ସେହି ପଙ୍ଗପାଳମାନେ ଯୁଦ୍ଧ ପାଇଁ ସୁସଜ୍ଜିତ ଅଶ୍ୱପରି ଥିଲେ। ସେମାନଙ୍କର ମସ୍ତକ ସୁବର୍ଣ୍ଣ ମୁକୁଟ ଭଳି ଦେଖାଯାଉଥିବା କିଛି ଥିଲା। ସେମାନଙ୍କର ମୁହଁ ମଣିଷ ପରି ଥିଲା।

Faic an caibideil Dèan lethbhreac




ପ୍ରକାଶିତ 9:7
6 Iomraidhean Croise  

ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କ୍ରୋଶ ପକ୍ଷୀ ପରି ତାହାର ଡେଣା ଥିଲା; ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି ଦୁଇ ଚରଣରେ ତାକୁ ଠିଆ କରାଗଲା, ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


ମୁଁ ସେହି ଶୃଙ୍ଗମାନର ବିଷୟ ଭାବନା କରୁ କରୁ ଦେଖ, ସେହିସବୁର ମଧ୍ୟରେ ଆଉ ଗୋଟିଏ ଶୃଙ୍ଗ ଉଠିଲା, ତାହା କ୍ଷୁଦ୍ର, ତାହା ସମ୍ମୁଖରେ ପ୍ରଥମ ଶୃଙ୍ଗମାନର ମଧ୍ୟରୁ ତିନିଗୋଟି ଶୃଙ୍ଗ ସମୂଳେ ଉତ୍ପାଟିତ ହେଲା; ପୁଣି ଦେଖ, ଏହି ଶୃଙ୍ଗରେ ମନୁଷ୍ୟର ଚକ୍ଷୁ ତୁଲ୍ୟ ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା।


ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଦଳ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାʼନ୍ତି, ତାହା ଜଣାଯାଏ ନାହିଁ।


ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ଗୋଟିଏ ଶୁକ୍ଳବର୍ଣ୍ଣ ଅଶ୍ୱ, ପୁଣି, ତାହାର ଆରୋହୀଙ୍କ ହସ୍ତରେ ଗୋଟିଏ ଧନୁ; ତାହାଙ୍କୁ ଏକ ମୁକୁଟ ଦିଆ ହେଲା, ଆଉ ସେ ବିଜୟୀ ହୋଇ ଜୟ କରିବାକୁ ବାହାରିଗଲେ।


ଧୂମ ମଧ୍ୟରୁ ପଙ୍ଗପାଳ ବାହାର ହୋଇ ପୃଥିବୀକୁ ଆସିଲେ, ସେମାନଙ୍କୁ ପୃଥିବୀର ବିଛାର ଶକ୍ତି ପରି ଶକ୍ତି ଦିଆଗଲା।


Lean sinn:

Sanasan


Sanasan