ପ୍ରକାଶିତ 8:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। Faic an caibideilପବିତ୍ର ବାଇବଲ (Re-edited) - (BSI)3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପାଚୀ ଥିଲା, ପୁଣି ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଯୋଗ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା। Faic an caibideilଓଡିଆ ବାଇବେଲ3 ସେଥିରେ ଆଉ ଜଣେ ଦୂତ ଆସି ବେଦି ନିକଟରେ ଠିଆ ହେଲେ, ତାହାଙ୍କ ହସ୍ତରେ ସୁବର୍ଣ୍ଣ ଧୂପଦାନୀ (ସୁଗନ୍ଧିତ ଧୂପ ପାତ୍ର) ଥିଲା, ପୁଣି, ସିଂହାସନ ସମ୍ମୁଖସ୍ଥ ସୁବର୍ଣ୍ଣ ବେଦି ଉପରେ ସମସ୍ତ ସାଧୁମାନଙ୍କ ପ୍ରାର୍ଥନା ସହିତ ଅର୍ପଣ କରିବା ନିମନ୍ତେ ତାହାଙ୍କୁ ପ୍ରଚୁର ଧୂପ ଦିଆଗଲା । Faic an caibideilପବିତ୍ର ବାଇବଲ (CL) NT (BSI)3 ଆଉ ଜଣେ ସ୍ୱର୍ଗଦୂତ ଗୋଟିଏ ସୁବର୍ଣ୍ଣ ଧୂପାଧାର ନେଇ ବେଦୀ ସମ୍ମୁଖରେ ଆସି ଠିଆ ହେଲେ। ସିଂହାସନ ସମ୍ମୁଖରେ ଥିବା ସୁବର୍ଣ୍ଣ ବେଦୀ ଉପରେ, ଈଶ୍ୱରଭକ୍ତମାନଙ୍କର ପ୍ରାର୍ଥନାରୂପ ଧୂପ ସହିତ ମିଶାଇ ଉତ୍ସର୍ଗ କରିବା ପାଇଁ, ତାଙ୍କୁ ପ୍ରଚୁର ପରିମାଣରେ ଧୂପ ଦିଆଗଲା। Faic an caibideilପବିତ୍ର ବାଇବଲ3 ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। Faic an caibideil |
ମୁଁ ଯଜ୍ଞବେଦି ନିକଟରେ ପ୍ରଭୁଙ୍କୁ ଠିଆ ହେବାର ଦେଖିଲି; ଆଉ, ସେ କହିଲେ, “ଦ୍ୱାରର ସମ୍ମୁଖ ସ୍ଥାନ ଯେପରି ହଲିବ, ଏଥିପାଇଁ ସ୍ତମ୍ଭର ମୁଣ୍ଡାଳିରେ ଆଘାତ କର ଓ ସମସ୍ତଙ୍କର ମସ୍ତକ ଉପରେ ତାହା ଖଣ୍ଡ ଖଣ୍ଡ କରି ପକାଅ; ପୁଣି, ଆମ୍ଭେ ସେମାନଙ୍କ ଶେଷାଂଶକୁ ଖଡ୍ଗରେ ବଧ କରିବା; ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ।