Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 6:13 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପ୍ରବଳ ବାୟୁ ଆଘାତରେ ଡିମ୍ବିରିବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

13 ପ୍ରବଳ ବାୟୁର ଆଘାତରେ ଡିମିରି ବୃକ୍ଷରୁ ଯେପରି ଅପକ୍ଵ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,

Faic an caibideil Dèan lethbhreac

ଓଡିଆ ବାଇବେଲ

13 ପ୍ରବଳ ବାୟୁ ଆଘାତରେ ଡିମ୍ବିରି ବୃକ୍ଷରୁ ଯେପରି ଅପକ୍ୱ ଫଳସବୁ ପତିତ ହୁଏ, ସେହିପରି ଆକାଶର ନକ୍ଷତ୍ରସବୁ ପୃଥିବୀରେ ପତିତ ହେଲେ,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

13 ପ୍ରବଳ ପବନର ଆଘାତରେ ଡ଼ିମିରି ଗଛରୁ କଞ୍ଚା ଫଳ ସବୁ ଝଡ଼ି ପଡ଼ିବା ଭଳି, ନକ୍ଷତ୍ରମାନେ ଆକାଶରୁ ପୃଥିବୀ ଉପରେ ଝଡ଼ି ପଡ଼ିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

13 ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ।

Faic an caibideil Dèan lethbhreac




ପ୍ରକାଶିତ 6:13
15 Iomraidhean Croise  

ସେ ଦ୍ରାକ୍ଷାଲତା ନ୍ୟାୟ ଆପଣା ଅପକ୍ୱ ଫଳ ଝାଡ଼ି ପକାଇବ ଓ ଜୀତବୃକ୍ଷ ନ୍ୟାୟ ଆପଣା ଫୁଲ ପକାଇ ଦେବ।


କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ।


ଦେଶ ବିଳାପ କରି ମଳିନ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ଶୁଷ୍କ ହେଉଅଛି; ଶାରୋଣ ଅରଣ୍ୟ ତୁଲ୍ୟ ହୋଇଅଛି; ପୁଣି ବାଶନ ଓ କର୍ମିଲ ପତ୍ର ଝାଡ଼ି ଦେଉଅଛନ୍ତି।


ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ।


ଏଥିଉତ୍ତାରେ ଦାଉଦ-ବଂଶକୁ ଜ୍ଞାତ କରାଗଲା ଯେ, ଅରାମ ଇଫ୍ରୟିମର ସହାୟ ହୋଇଅଛି। ଏଥିରେ ତାହାର ହୃଦୟ ଓ ତାହାର ଲୋକମାନଙ୍କ ହୃଦୟ ବାୟୁରେ କମ୍ପିତ ଓ ବନବୃକ୍ଷ ତୁଲ୍ୟ କମ୍ପିତ ହେଲା।


ପୁଣି, ଆମ୍ଭେ ତୁମ୍ଭକୁ ନିର୍ବାଣ କରିବା ସମୟରେ ଆକାଶକୁ ଆଚ୍ଛନ୍ନ କରିବା ଓ ତହିଁର ନକ୍ଷତ୍ରଗଣକୁ ଅନ୍ଧକାରମୟ କରିବା; ଆମ୍ଭେ ସୂର୍ଯ୍ୟକୁ ମେଘାଚ୍ଛନ୍ନ କରିବା ଓ ଚନ୍ଦ୍ର ଆପଣାର ଜ୍ୟୋତ୍ସ୍ନା ଦେବ ନାହିଁ।


ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ‘ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖାସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ପକାଅ ଓ ଫଳସବୁ ବିଞ୍ଚି ଦିଅ; ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଉନ୍ତୁ।


ଆଉ, ତାହା ଆକାଶମଣ୍ଡଳର ବାହିନୀ ପର୍ଯ୍ୟନ୍ତ ହିଁ ବୃଦ୍ଧି ପାଇଲା ଓ ସେହି ବାହିନୀ ଓ ତାରାଗଣର କେତେକଙ୍କୁ ଭୂମିରେ ପକାଇ ସେମାନଙ୍କୁ ପଦ ତଳେ ଦଳିଲା।


ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ।


ତୁମ୍ଭର ଦୁର୍ଗସବୁ ଆଦ୍ୟପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହି ସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।


“ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍‍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’


ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।’


“ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,


ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା।


Lean sinn:

Sanasan


Sanasan