Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 23:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ତହୁଁ ବାଲାକ ବିଲୀୟମ୍‍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

27 ତହୁଁ ବାଲାକ ବିଲୀୟମକୁ କହିଲେ, ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦେବାର ପରମେଶ୍ଵରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

27 ତହୁଁ ବାଲାକ ବିଲୀୟମ୍‍କୁ କହିଲେ, “ବିନୟ କରୁଅଛୁ, ଆସ, ଆମ୍ଭେ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବା; ହୋଇପାରେ, ସେହି ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦେବାର ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ

27 ତା'ପରେ ବାଲାକ୍ ବିଲିୟମକୁ କହିଲେ, “ମୁଁ ବିନୟ କରୁଅଛି, ଦୟାକରି ଆସ, ମୁଁ ତୁମ୍ଭକୁ ଅନ୍ୟ ଏକ ସ୍ଥାନକୁ ନେଇ ଯିବି। ଏହା ଏପରି ହୋଇପାରେ, ପରମେଶ୍ୱର ଦୟାପୂର୍ବକ ହୋଇ ସେ ସ୍ଥାନରେ ତୁମ୍ଭକୁ ଶାପ ଦେବାକୁ ଅନୁମତି ଦେଇ ପାରନ୍ତି।”

Faic an caibideil Dèan lethbhreac




ଗଣନା ପୁସ୍ତକ 23:27
12 Iomraidhean Croise  

କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?


ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କିମ୍ବା ବୁଦ୍ଧି କିମ୍ବା ମନ୍ତ୍ରଣା ନାହିଁ।


ମନୁଷ୍ୟର ମନରେ ନାନା ସଂକଳ୍ପ ଥାଏ, ମାତ୍ର ସଦାପ୍ରଭୁଙ୍କ ମନ୍ତ୍ରଣା ସ୍ଥିର ହେବ।


ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି।


ଏଉତ୍ତାରେ ବାଲାକ କହିଲେ, “ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ, ଏପରି ଅନ୍ୟ ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ; ତୁମ୍ଭେ କେବଳ ସେମାନଙ୍କର ଶେଷସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖି ପାରିବ ନାହିଁ; ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”


“କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ; ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୋଇ ନାହିଁ।


ତହିଁରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କୁ କହିଲା, “ସଦାପ୍ରଭୁ ମୋତେ ଯାହା କିଛି କହିବେ, ତାହା ହିଁ ମୁଁ କରିବି; ଏହା କି ମୁଁ ତୁମ୍ଭକୁ କହି ନାହିଁ?”


ଏଣୁ ବାଲାକ ବିଲୀୟମ୍‍କୁ ମରୁଭୂମି ଅଭିମୁଖରେ ପିୟୋର ଶିଖରକୁ ନେଇଗଲେ।


ଏହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଅଭିଶାପ ଦିଅ; କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ; ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରି ପାରିବା; ଯେହେତୁ ଆମ୍ଭେ ଜାଣୁ, ତୁମ୍ଭେ ଯାହାକୁ ଆଶୀର୍ବାଦ କର, ସେ ଆଶୀର୍ବାଦ ପାଏ, ପୁଣି, ତୁମ୍ଭେ ଯାହାକୁ ଅଭିଶାପ ଦିଅ, ସେ ଅଭିଶପ୍ତ ହୁଏ।”


Lean sinn:

Sanasan


Sanasan