Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 21:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, ଯେବେ ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବର୍ଜନୀୟ ରୂପେ ବିନାଶ କରିବା।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କଠାରେ ପ୍ରତିଜ୍ଞା କଲେ: “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କର, ତେବେ ଆମ୍ଭେ ସେମାନଙ୍କ ନଗରସବୁ ବିନାଶ କରିବୁ।”

Faic an caibideil Dèan lethbhreac




ଗଣନା ପୁସ୍ତକ 21:2
15 Iomraidhean Croise  

ଆଉ ଯାକୁବ ମାନତ କରି କହିଲା, “ଯଦି ପରମେଶ୍ୱର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି, ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ,


ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ, ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,


ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା;


ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।


ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କରିବ, ପୁଣି ନଗର, ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଡ୍ଗଧାରରେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିବ;


ଆଉ ତୁମ୍ଭେ ତହିଁର ଲୁଟିତ ଦ୍ରବ୍ୟସବୁ ତହିଁର ଛକ ମଧ୍ୟରେ ସଂଗ୍ରହ କରି ସେହି ନଗର ଓ ସେହି ସମସ୍ତ ଦ୍ରବ୍ୟ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ଦଗ୍ଧ କରିବ, ପୁଣି ତାହା ଅନନ୍ତକାଳୀନ ଢିପି ହେବ; ତାହା ପୁନର୍ବାର ନିର୍ମିତ ହେବ ନାହିଁ।


ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଃଶ୍ୱାସଧାରୀ କାହାରିକୁ ଜୀବିତ ରଖିବ ନାହିଁ।


ପୁଣି ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରିବେ ଓ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ; ସେତେବେଳେ ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବ; ତୁମ୍ଭେ ସେମାନଙ୍କ ସହିତ କୌଣସି ନିୟମ କରିବ ନାହିଁ, କିଅବା ସେମାନଙ୍କ ପ୍ରତି ଦୟା ପ୍ରକାଶ କରିବ ନାହିଁ।


ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।


ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; “ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”


ସେସମୟରେ ଯିପ୍ତହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି କହିଲେ, “ଯେବେ ତୁମ୍ଭେ ଅମ୍ମୋନ-ସନ୍ତାନମାନଙ୍କୁ ନିଃସନ୍ଦେହ ମୋହର ହସ୍ତରେ ସମର୍ପଣ କରିବ,


ପୁଣି, ସେ ଏକ ମାନତ ମନାସି କହିଲା; “ହେ ସୈନ୍ୟାଧିପତି ସଦାପ୍ରଭୋ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକୁ ପାସୋରିବ ନାହିଁ, ମାତ୍ର ଆପଣା ଦାସୀକୁ ଗୋଟିଏ ପୁରୁଷ-ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜ୍ଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ।”


Lean sinn:

Sanasan


Sanasan