Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 20:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମିରି କି ଦ୍ରାକ୍ଷା କି ଡାଳିମ୍ଵର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।

Faic an caibideil Dèan lethbhreac

ଓଡିଆ ବାଇବେଲ

5 ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲ, କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ ? ଏ ତ ଶସ୍ୟ କି ଡିମ୍ବିରି କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ; କିଅବା ଏଠାରେ ପିଇବାକୁ ଜଳ ନାହିଁ।”

Faic an caibideil Dèan lethbhreac

ପବିତ୍ର ବାଇବଲ

5 ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।”

Faic an caibideil Dèan lethbhreac




ଗଣନା ପୁସ୍ତକ 20:5
8 Iomraidhean Croise  

ତୁମ୍ଭେ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ, ସେମାନଙ୍କର କିଛି ଅଭାବ ହେଲା ନାହିଁ; ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ।


“ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍‍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ।


ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ।


ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ମିସର ଦେଶର ପ୍ରାନ୍ତରରେ ଯେପରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସହିତ ବିଚାର କରିଥିଲୁ, ସେହିପରି ତୁମ୍ଭମାନଙ୍କ ସହିତ ବିଚାର କରିବା।


ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ।”


“ଏହା ହାରୋଣର ମୃତ୍ୟୁର ସମୟ ଅଟେ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରୀବାଃ ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧ କର୍ମ କରିଥିଲ।


ଯେହେତୁ ତୁମ୍ଭେମାନେ ସୀନ୍‍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମ୍ଭକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ୍ଭ ଆଜ୍ଞାର ବିରୁଦ୍ଧାଚରଣ କଲ।” (ସେହି ଜଳ ସୀନ୍‍ ପ୍ରାନ୍ତରର କାଦେଶସ୍ଥ ମିରୀବାଃ ଜଳ।)


ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍‍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;


Lean sinn:

Sanasan


Sanasan