Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 20:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥାʼନ୍ତୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ପୁଣି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେତେବେଳେ ଯେବେ ଆମ୍ଭେମାନେ ମରିଥାʼନ୍ତୁ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ପୁଣି, ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ, ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ, ସେହି ସମୟରେ ଯଦି ଆମ୍ଭେମାନେ ମରିଥା’ନ୍ତୁ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ।

Faic an caibideil Dèan lethbhreac




ଗଣନା ପୁସ୍ତକ 20:3
13 Iomraidhean Croise  

ଯେହେତୁ ସେମାନେ ମୋଶାଙ୍କ ଆତ୍ମା ପ୍ରତିକୂଳରେ ବିଦ୍ରୋହୀ ହୁଅନ୍ତେ, ସେ ଆପଣା ଓଷ୍ଠାଧରରେ ଅବିବେଚନାର କଥା କହିଲେ।


ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ?


ଏଥିପାଇଁ ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, “ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ।” ତହିଁରେ ମୋଶା କହିଲେ, “ତୁମ୍ଭେମାନେ ମୋʼ ସଙ୍ଗରେ କାହିଁକି ବିବାଦ କର? କାହିଁକି ସଦାପ୍ରଭୁଙ୍କୁ ପରୀକ୍ଷା କର?”


କ୍ଷୁଧାରେ ହତ ହେବା ଲୋକମାନଙ୍କ ଅପେକ୍ଷା ଖଡ୍ଗରେ ହତ ହେବା ଲୋକମାନେ ଭଲ; କାରଣ ଏମାନେ କ୍ଷେତ୍ରୋତ୍ପନ୍ନ ଶସ୍ୟର ଅଭାବରୂପ ଶୂଳରେ ବିଦ୍ଧ ହୋଇ କ୍ଷୟ ପାଆନ୍ତି।


ଏଥିଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ; ପୁଣି, ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା।


ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗରେ ନିପାତ କରିବା ପାଇଁ କାହିଁକି ଏ ଦେଶକୁ ଆଣିଅଛନ୍ତି? ଯଦ୍ଦ୍ୱାରା ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ; ମିସରକୁ ଫେରିଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ?”


ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ।


Lean sinn:

Sanasan


Sanasan