Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 16:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୂତ ମଣ୍ଡଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ବିରୁଦ୍ଧରେ ଉଠିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମ; ଓ ସମାଜକୁ ଆହୂତ ମଣ୍ତଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ସାକ୍ଷାତରେ ଉଠିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ପୁଣି, ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୂତ ମଣ୍ଡଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ବିରୁଦ୍ଧରେ ଉଠିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଇସ୍ରାଏଲର ଲୋକମାନଙ୍କର 250 ଜଣ ନେତୃର୍ବଗ ମୋଶାଙ୍କ ବିରୁଦ୍ଧରେ ଗଲେ।

Faic an caibideil Dèan lethbhreac




ଗଣନା ପୁସ୍ତକ 16:2
10 Iomraidhean Croise  

ସେହି ସମୟରେ ପୃଥିବୀରେ ମହାବୀରଗଣ ଥିଲେ; ପୁଣି, ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।


ଇଫ୍ରୟିମ-ସନ୍ତାନଗଣ ମଧ୍ୟରୁ କୋଡ଼ିଏ ହଜାର ଆଠ ଶହ ଲୋକ, ଏମାନେ ମହାବିକ୍ରମଶାଳୀ ଓ ଆପଣା ଆପଣା ପିତୃବଂଶରେ ବିଖ୍ୟାତ ଲୋକ ଥିଲେ।


ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍‍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍‍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ।


ଆଉ, ତୁମ୍ଭ ସୌନ୍ଦର୍ଯ୍ୟର ସୁଖ୍ୟାତି ନାନା ଦେଶରେ ବ୍ୟାପିଲା; କାରଣ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ଐଶ୍ୱର୍ଯ୍ୟ ଦ୍ୱାରା ତୁମ୍ଭକୁ ଯେଉଁ ସୌନ୍ଦର୍ଯ୍ୟ ଦେଇଥିଲୁ, ତାହା ସିଦ୍ଧ ଥିଲା।


ସେମାନେ ତାହାର ଉଲଙ୍ଗତା ଅନାବୃତ କଲେ; ତାହାର ପୁତ୍ର ଓ କନ୍ୟାଗଣକୁ ନେଲେ ଓ ତାହାଙ୍କୁ ସେମାନେ ଖଡ୍ଗରେ ବଧ କଲେ; ତହିଁରେ ସେ ସ୍ତ୍ରୀମାନଙ୍କ ମଧ୍ୟରେ ଉପହାସର ବିଷୟ ହେଲା; କାରଣ ଲୋକମାନେ ତାହା ଉପରେ ଦଣ୍ଡାଜ୍ଞା ସଫଳ କଲେ।


ଏମାନେ ମଣ୍ଡଳୀର ଆହୂତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି, ଆଉ ଇସ୍ରାଏଲର ସହସ୍ରପତି ଥିଲେ।


ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।


ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।


ସେହି ଇଲୀୟାବ୍‍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।


“ଆମ୍ଭମାନଙ୍କ ପିତା ପ୍ରାନ୍ତରରେ ମଲେ, ପୁଣି, ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ଏକତ୍ର କରିଥିଲେ, ସେହି ଦଳ ମଧ୍ୟରେ ସେ ନ ଥିଲେ; ମାତ୍ର ସେ ଆପଣା ପାପରେ ମଲେ; ଆଉ ତାଙ୍କର ପୁତ୍ର ନ ଥିଲା।


Lean sinn:

Sanasan


Sanasan