Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 10:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବୋହି ଅଗ୍ରସର ହେଲେ; ପୁଣି, ସେମାନେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବହି ଅଗ୍ରସର ହେଲେ; ପୁଣି ସେମାନଙ୍କ ପହୁଞ୍ଚିବା ସମୟକୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବୋହି ଅଗ୍ରସର ହେଲେ; ପୁଣି, ସେମାନେ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

21 ତା'ପରେ କହାତୀୟଙ୍କ ପରିବାର ପବିତ୍ର ସ୍ଥାନର ଭାର ବହନକରି ସେହି ପବିତ୍ର ତମ୍ବୁ ସ୍ଥାପନ କରିଥିଲେ। କହାତୀୟ ପହଞ୍ଚିବା ପୂର୍ବରୁ ଅନ୍ୟମାନେ ପବିତ୍ର ତମ୍ବୁ ସ୍ଥାପନ କରିଥିଲେ।

Faic an caibideil Dèan lethbhreac




ଗଣନା ପୁସ୍ତକ 10:21
11 Iomraidhean Croise  

ସେହି ସମୟରେ ଦାଉଦ କହିଲେ, “ଲେବୀୟମାନଙ୍କ ଛଡ଼ା ଆଉ କେହି ପରମେଶ୍ୱରଙ୍କ ସିନ୍ଦୁକ ବୋହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ୱରଙ୍କ ସିନ୍ଦୁକ ବୋହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି।”


ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି, କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ୱ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ।


ପୁଣି, ଆବାସ ଆଗକୁ ଯିବା ସମୟରେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ସମୟରେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ, ତାହାର ପ୍ରାଣଦଣ୍ଡ ହେବ।


ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବୋହି ଅଗ୍ରସର ହେଲେ।


ଆଉ ଦ୍ୟୂୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣଙ୍କର ବଂଶୀୟ ସୈନ୍ୟ ଉପରେ ଥିଲା।


ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।


ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ।”


ମାତ୍ର ସେ କହାତ-ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା; ସେମାନେ ସ୍କନ୍ଧରେ ତାହା ବୋହିଲେ।


Lean sinn:

Sanasan


Sanasan