Biblia Todo Logo
Bìoball air-loidhne

- Sanasan -




ନିହିମୀୟା 13:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ଏଥିପୂର୍ବେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଇଲୀୟାଶୀବ୍ ଯାଜକ ଟୋବୀୟର କୁଟୁମ୍ଵ ହେବାରୁ

Faic an caibideil Dèan lethbhreac

ଓଡିଆ ବାଇବେଲ

4 ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,

Faic an caibideil Dèan lethbhreac

ପବିତ୍ର ବାଇବଲ

4 ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରସ୍ଥିତ କୋଠରୀ ସବୁର ଦାୟିତ୍ୱ ଇଲିୟାଶୀ‌‌‌‌ବଙ୍କୁ ଦିଆଗଲା। ଇଲିୟାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା।

Faic an caibideil Dèan lethbhreac




ନିହିମୀୟା 13:4
7 Iomraidhean Croise  

ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍‍, ଯୋୟାକୀମ୍‍ର ପୁତ୍ର ଇଲୀୟାଶୀବ ଓ ଇଲିୟାଶୀବ୍‍ର ପୁତ୍ର ଯୋୟାଦ୍‍,


ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା।


ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।


ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।


ଏହାପରେ ଇଲୀୟାଶୀବ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ୱାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।


ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।


Lean sinn:

Sanasan


Sanasan