Biblia Todo Logo
Bìoball air-loidhne

- Sanasan -




ମୀଖା 5:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବ ବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟନ୍ତ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଏନିମନ୍ତେ ଯେଉଁ ସ୍ତ୍ରୀ ପ୍ରସବବେଦନାଗ୍ରସ୍ତା ହେଉଅଛି, ସେ ଯେପର୍ଯ୍ୟ ପ୍ରସବ ନ କରେ, ସେହି ସମୟ ପର୍ଯ୍ୟନ୍ତ ସେ ସେମାନଙ୍କୁ ତ୍ୟାଗ କରିବେ; ତହିଁ ଉତ୍ତାରେ ତାହାଙ୍କର ଅବଶିଷ୍ଟ ଭ୍ରାତୃଗଣ ଇସ୍ରାଏଲର ସନ୍ତାନଗଣର ନିକଟକୁ ଫେରି ଆସିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ, ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପରେ ଅବଶିଷ୍ଟ ଭାତୃଗଣ ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।

Faic an caibideil Dèan lethbhreac




ମୀଖା 5:3
31 Iomraidhean Croise  

ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”


ଆଉ, ତୁମ୍ଭେମାନେ ଆପଣାମାନଙ୍କ ପିତୃଗଣ ଓ ଭ୍ରାତୃଗଣ ତୁଲ୍ୟ ନ ହୁଅ, ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ତେଣୁ ତୁମ୍ଭେମାନେ ଦେଖୁଅଛ ଯେ, ସେ ସେମାନଙ୍କୁ ବିନାଶରେ ସମର୍ପଣ କଲେ।


ହେ ପରମେଶ୍ୱର, ଗୋଷ୍ଠୀୟଗଣ ତୁମ୍ଭର ପ୍ରଶଂସା କରନ୍ତୁ; ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।


ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମ୍‍, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ୱୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ।


ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”


ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଦାଉଦ-ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା, ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ।


“ସଦାପ୍ରଭୁ କହନ୍ତି, ସେହି ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”


ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା।


ହେ ଇଫ୍ରୟିମ, ଆମ୍ଭେ କିପରି ତୁମ୍ଭକୁ ତ୍ୟାଗ କରିବା? ହେ ଇସ୍ରାଏଲ, ଆମ୍ଭେ କିପରି ତୁମ୍ଭକୁ ସମର୍ପି ଦେବା? ଆମ୍ଭେ କିପରି ତୁମ୍ଭକୁ ଅଦ୍ମାର ନଗରୀ ତୁଲ୍ୟ କରିବା? ଆମ୍ଭେ କିପରି ତୁମ୍ଭକୁ ସବୋୟୀମର ନଗରୀ ତୁଲ୍ୟ ରଖିବା? ଆମ୍ଭ ହୃଦୟ ଆମ୍ଭ ଅନ୍ତରରେ ବ୍ୟାକୁଳ ହେଉଅଛି, ଆମ୍ଭର ବିବିଧ ସ୍ନେହ ଏକତ୍ର ପ୍ରଜ୍ୱଳିତ ହେଉଅଛି।


ଏଥିନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତ ପ୍ରବୋଧକ କଥା କହିବା।


ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା, ଯାହା ଦ୍ୱାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା, ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା।


ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର-ଦ୍ୱାରରେ ନ୍ୟାୟବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।


ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।


ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ।


ଆଉ, ସଦାପ୍ରଭୁଙ୍କ ନିକଟରୁ ଆଗତ ଯେଉଁ ଶିଶିର ଓ ତୃଣ ଉପରେ ପତିତ ଯେଉଁ ବୃଷ୍ଟି ମନୁଷ୍ୟ ପାଇଁ ବିଳମ୍ବ ନ କରେ, କିଅବା ମନୁଷ୍ୟ-ସନ୍ତାନଗଣର ଅପେକ୍ଷା ନ କରେ, ତାହାର ତୂଲ୍ୟ ଯାକୁବର ଅବଶିଷ୍ଟାଂଶ ଅନେକ ଗୋଷ୍ଠୀ ମଧ୍ୟରେ ରହିବେ।


ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, ମେଷପଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନ ଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ, ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।


ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା।


ତଥାପି ନିବାସୀଗଣର ସକାଶୁ ସେମାନଙ୍କ କ୍ରିୟାର ଫଳ ସ୍ୱରୂପେ ଦେଶ ଧ୍ୱଂସସ୍ଥାନ ହେବ।


ଆଉ, ଆମ୍ଭେ ଯିହୁଦା-ବଂଶକୁ ବଳବାନ କରିବା ଓ ଆମ୍ଭେ ଯୋଷେଫର ବଂଶକୁ ଉଦ୍ଧାର କରିବା ଓ ଆମ୍ଭେ ସେମାନଙ୍କୁ ପୁନର୍ବାର ଆଣିବା, କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି; ଆଉ, ଆମ୍ଭ ଦ୍ୱାରା ପରିତ୍ୟକ୍ତ ନୋହିଲା ଲୋକର ତୁଲ୍ୟ ସେମାନେ ହେବେ; କାରଣ ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।


ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”


କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”


ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ।


କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି।


Lean sinn:

Sanasan


Sanasan