Biblia Todo Logo
Bìoball air-loidhne

- Sanasan -




ମଲାଖୀ 3:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ସେତେବେଳେ ପୁରାତନ କାଳର ଦିନସମୂହରେ ଓ ପ୍ରାଚୀନ କାଳର ବର୍ଷସମୂହରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ତୁଷ୍ଟିଜନକ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

4 ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ

4 ତା'ପରେ ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ନିକଟରୁ ଭେଟି ଗ୍ରହଣ କରିବେ, ସେ ଯେପରି ପ୍ରାଚୀନ କାଳରେ କରିଥିଲେ।

Faic an caibideil Dèan lethbhreac




ମଲାଖୀ 3:4
22 Iomraidhean Croise  

ପୁଣି, ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ୱର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ।


ପୁଣି, ଦାଉଦ ସେହି ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ, ଆଉ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସେ ହୋମବଳିର ବେଦି ଉପରେ ଅଗ୍ନି ଦ୍ୱାରା ଆକାଶରୁ ତାଙ୍କୁ ଉତ୍ତର ଦେଲେ।


ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ।


ଭଗ୍ନ ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।


ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।


ସେହି ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନାଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନାଗୃହ ବୋଲି ବିଖ୍ୟାତ ହେବ।


ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ସିୟୋନକୁ ଫେରି ଆସିଅଛୁ ଓ ଯିରୂଶାଲମ ମଧ୍ୟରେ ବାସ କରିବା; ଆଉ, ଯିରୂଶାଲମ ସତ୍ୟନଗରୀ ଓ ସୈନ୍ୟାଧିପତି ସଦାପ୍ରଭୁଙ୍କର ପର୍ବତ ପବିତ୍ର ରୂପେ ବିଖ୍ୟାତ ହେବ।


Lean sinn:

Sanasan


Sanasan