Biblia Todo Logo
Bìoball air-loidhne

- Sanasan -




ଲୂକ ଲିଖିତ ସୁସମାଚାର 2:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ଵରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ତରେ ଶୋଇଥିବାର ଦେଖିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ଆଉ ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ୱରୁପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ଡରେ ଶୋଇଥିବାର ଦେଖିବ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

12 “ତୁମ୍ଭେମାନେ ଏହି ସଙ୍କେତ ଦେଖି ତାଙ୍କୁ ଚିହ୍ନିବ:- “ଶିଶୁଟିଏ ଲୁଗାରେ ଗୁଡ଼ା ହୋଇ ଗୋଟିଏ ଗୁହାଳ କୁଣ୍ଡରେ ଶୋଇ ଥିବାର ଦେଖିବ।”

Faic an caibideil Dèan lethbhreac

ପବିତ୍ର ବାଇବଲ

12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।”

Faic an caibideil Dèan lethbhreac




ଲୂକ ଲିଖିତ ସୁସମାଚାର 2:12
11 Iomraidhean Croise  

ଏଣୁ (ହେ ହିଜକୀୟ,) ତୁମ୍ଭ ପ୍ରତି ଏହି ଚିହ୍ନ ହେବ: ତୁମ୍ଭେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ, ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମ୍ଭେମାନେ ବୁଣ ଓ କାଟ, ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଜନ କର।


ପୁଣି ହିଜକୀୟ ଯିଶାଇୟଙ୍କୁ କହିଲେ, “ସଦାପ୍ରଭୁ ଯେ ମୋତେ ସୁସ୍ଥ କରିବେ ଓ ମୁଁ ଯେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର କି ଚିହ୍ନ ହେବ।”


ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ।


ତହୁଁ ସେ କହିଲେ, “ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି, ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ।”


“ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ଏକ ଚିହ୍ନ ମାଗ; ଅଧୋଲୋକରେ କି ଊର୍ଦ୍ଧ୍ୱଲୋକରେ ହେଉ, ମାଗ।”


ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ; ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମ୍ମାନୁୟେଲ (ଆମ୍ଭମାନଙ୍କ ସହିତ ପରମେଶ୍ୱର) ରଖିବ।


ପୁଣି, ହଠାତ୍‍ ସେହି ଦୂତଙ୍କ ସାଙ୍ଗରେ ସ୍ୱର୍ଗୀୟ ବାହିନୀର ଗୋଟିଏ ବୃହତ ଦଳ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,


ପୁଣି, ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ଡରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା।


ପୁଣି, ତୁମ୍ଭର ଦୁଇ ପୁତ୍ର ହଫ୍ନି ଓ ପୀନହସ୍‍ ପ୍ରତି ଯାହା ଘଟିବ, ତାହା ତୁମ୍ଭ ପାଇଁ ଚିହ୍ନସ୍ୱରୂପ ହେବ; ସେ ଦୁହେଁ ଏକ ଦିନରେ ମରିବେ।


Lean sinn:

Sanasan


Sanasan