Biblia Todo Logo
Bìoball air-loidhne

- Sanasan -




ଲୂକ ଲିଖିତ ସୁସମାଚାର 19:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 ଯୀଶୁ ସେସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଜଖୀୟ, ଶୀଘ୍ର ଓହ୍ଳାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

5 ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଅନାଇ ଜଖିୟକୁ କହିଲେ, “ଜଖିୟ, ଶୀଘ୍ର ତଳକୁ ଓହ୍ଲାଇ ଆସ; ଆଜି ମୋତେ ତୁମ ଘରେ ରହିବାକୁ ହେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ

5 ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।”

Faic an caibideil Dèan lethbhreac




ଲୂକ ଲିଖିତ ସୁସମାଚାର 19:5
17 Iomraidhean Croise  

ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।


ଏଥିଉତ୍ତାରେ ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ‘ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ; ହଁ, ତୁମ୍ଭେ ନିଜ ରକ୍ତରେ (ଲିପ୍ତ) ଥିଲେ ହେଁ ଜୀବିତ ହୁଅ;’ ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ।


କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”


ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।


ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।


ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।


ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”


ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି କେହି ମୋତେ ପ୍ରେମ କରେ, ତାହାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି, ମୋହର ପିତା ତାହାକୁ ପ୍ରେମ କରିବେ, ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା।


ଆହୁରି ମଧ୍ୟ ଈଶ୍ବରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ।


ପୁଣି, ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ତୁମ୍ଭମାନଙ୍କ ହୃଦୟରେ ବାସ କରନ୍ତି,


ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି।


ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।


Lean sinn:

Sanasan


Sanasan