Biblia Todo Logo
Bìoball air-loidhne

- Sanasan -




ଲୂକ ଲିଖିତ ସୁସମାଚାର 10:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପ୍ରେରଣ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

1 ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣଙ୍କୁ ମନୋନୀତ କଲେ ଏବଂ ତାଙ୍କର ଯେଉଁ ନଗର ଓ ସ୍ଥାନମାନଙ୍କୁ ଯିବାର ଥିଲା, ସେ ଯିବା ପୂର୍ବରୁ, ସେମାନଙ୍କୁ ଦୁଇ ଦୁଇ ଜଣ କରି ସେଠାକୁ ପଠାଇଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ଯିବାର ଯୋଜନା ଥିଲା, ସେହି ନଗର ଓ ସ୍ଥାନମାନଙ୍କୁ ସେ ସେମାନଙ୍କୁ ଦୁଇ ଦୁଇଜଣ ହିସାବରେ ନିଜେ ଯିବା ଆଗରୁ ପଠାଇଦେଲେ।

Faic an caibideil Dèan lethbhreac




ଲୂକ ଲିଖିତ ସୁସମାଚାର 10:1
14 Iomraidhean Croise  

ପୁଣି, ସେହିସବୁର ସମ୍ମୁଖରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହୋଇଅଛନ୍ତି ଓ ସେମାନଙ୍କର ମଧ୍ୟସ୍ଥାନରେ ଶାଫନ୍‍ର ପୁତ୍ର ଯାସନୀୟ ଠିଆ ହୋଇଅଛି, ପ୍ରତ୍ୟେକ ଲୋକ ଆପଣା ଆପଣା ଧୂପାଚି ହସ୍ତରେ ଧରିଅଛନ୍ତି; ଆଉ, ଧୂପରୂପ ମେଘର ସୁଗନ୍ଧି ଊର୍ଦ୍ଧ୍ୱକୁ ଉଠୁଅଛି।


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯେଉଁମାନଙ୍କୁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲର ଏପରି ସତୁରି ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର; ପୁଣି, ସେମାନଙ୍କୁ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ।


ପିତାମାନଙ୍କ ହୃଦୟ ସନ୍ତାନମାନଙ୍କ ପ୍ରତି ଓ ଅବାଧ୍ୟମାନଙ୍କୁ ଧାର୍ମିକମାନଙ୍କ ଜ୍ଞାନରେ ଆଚରଣ କରିବା ନିମନ୍ତେ ଫେରାଇବାକୁ ଏବଂ ପ୍ରଭୁଙ୍କ ସକାଶେ ସୁସଜ୍ଜିତ ଗୋଟିଏ ପ୍ରଜାମଣ୍ଡଳୀ ପ୍ରସ୍ତୁତ କରିବାକୁ ସେ ଏଲୀୟଙ୍କ ଆତ୍ମା ଓ ଶକ୍ତିରେ ପ୍ରଭୁଙ୍କ ଆଗରେ ଗମନ କରିବ।


ଆଉ ହେ ଶିଶୁ, ତୁ ପରାତ୍ପରଙ୍କ ଭାବବାଦୀ ବୋଲି ଖ୍ୟାତ ହେବୁ;


ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।”


ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?


ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;


Lean sinn:

Sanasan


Sanasan