Biblia Todo Logo
Bìoball air-loidhne

- Sanasan -




ଲେବୀୟ ପୁସ୍ତକ 9:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳିଲେ;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ବୁଡ଼ାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିମୂଳରେ ଢାଳିଲେ;

Faic an caibideil Dèan lethbhreac

ଓଡିଆ ବାଇବେଲ

9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିମୂଳରେ ଢାଳିଲେ;

Faic an caibideil Dèan lethbhreac

ପବିତ୍ର ବାଇବଲ

9 ତା'ପରେ ହାରୋଣଙ୍କ ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ ତହିଁରେ ସେ ନିଜର ଅଙ୍ଗୁଳି ବୁଡ଼ାଇ ଯଜ୍ଞବେଦିର ଶିଙ୍ଗ ଉପରେ ଛିଞ୍ଚିଲେ ଓ ଅବଶିଷ୍ଟ ରକ୍ତ ଯଜ୍ଞବେଦି ମୂଳରେ ଢାଳିଲେ।

Faic an caibideil Dèan lethbhreac




ଲେବୀୟ ପୁସ୍ତକ 9:9
14 Iomraidhean Croise  

ପୁଣି, ଉପରିସ୍ଥ ଯଜ୍ଞବେଦି ଚାରି ହାତ ହେବ ଓ ଯଜ୍ଞବେଦିର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ ଚାରି ଶୃଙ୍ଗ ହେବ।


ପୁଣି, ତୁମ୍ଭେ ତହିଁର ରକ୍ତ ନେଇ ଚାରି ଶୃଙ୍ଗ ଉପରେ ଓ ଥାକର ଚାରି କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ, ଏହି ପ୍ରକାର ତୁମ୍ଭେ ବେଦିକୁ ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।


ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।


ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।


ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ।


ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।


ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;


କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ, ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତା ଯୀଶୁଙ୍କ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ଈଶ୍ବରଙ୍କର ଉପଯୁକ୍ତ ଥିଲା।


Lean sinn:

Sanasan


Sanasan