ଲେବୀୟ ପୁସ୍ତକ 26:41 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT41 ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; Faic an caibideilପବିତ୍ର ବାଇବଲ (Re-edited) - (BSI)41 ଓ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁରୁ ଆମ୍ଭେ ହିଁ ଯେ ସେମାନଙ୍କର ପ୍ରତିକୂଳାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ଵୀକାର କରିବେ; ତହିଁରେ ଯେବେ ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ତ ଗ୍ରହଣ କରିବେ; Faic an caibideilଓଡିଆ ବାଇବେଲ41 ଓ ମଧ୍ୟ ସେମାନେ ଆମ୍ଭର ବିରୁଦ୍ଧାଚରଣ କରିବା ହେତୁ ଆମ୍ଭେ ହିଁ ଯେ ସେମାନଙ୍କର ବିରୁଦ୍ଧାଚରଣ କରି ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶକୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ; ତହିଁରେ ଯଦି ସେମାନଙ୍କ ଅସୁନ୍ନତ ହୃଦୟ ନମ୍ର ହେବ ଓ ସେମାନେ ଆପଣା ଆପଣା ଅପରାଧର ଦଣ୍ଡ ଗ୍ରହଣ କରିବେ; Faic an caibideilପବିତ୍ର ବାଇବଲ41 ଆଉ ମଧ୍ୟ ସେମାନେ ଆମ୍ଭର ପ୍ରତିକୂଳାଚରଣ କରିବା ହେତୁ ଆମ୍ଭେ ମଧ୍ୟ ସେମାନଙ୍କର ପ୍ରତିକୂଳାଚରଣ କଲୁ। ସେମାନଙ୍କୁ ସେମାନଙ୍କ ଶତ୍ରୁଗଣର ଦେଶରୁ ଆଣିଲୁ, ଏହା ସେମାନେ ସ୍ୱୀକାର କରିବେ। ତହିଁରେ ଯେବେ ସେମାନଙ୍କ ହୃଦୟ ନମ୍ର ହେବ ଓ ସେମାନେ ନିଜ ନିଜ ଅପରାଧର ଦଣ୍ତ ଗ୍ରହଣ କରିବେ। Faic an caibideil |
ପୁଣି, ତୁମ୍ଭମାନଙ୍କର ସେହି ରକ୍ଷାପ୍ରାପ୍ତ ଲୋକମାନେ ଯେଉଁ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟକୁ ବନ୍ଦୀ ଅବସ୍ଥାରେ ନୀତ ହେବେ, ସେମାନଙ୍କ ମଧ୍ୟରେ ଥାଇ ଆମ୍ଭକୁ ସ୍ମରଣ କରିବେ, ଅର୍ଥାତ୍, ସେମାନଙ୍କର ଯେଉଁ ବ୍ୟଭିଚାରୀ ହୃଦୟ ଆମ୍ଭକୁ ତ୍ୟାଗ କରି ଯାଇଅଛି ଓ ସେମାନଙ୍କର ଯେଉଁ ଚକ୍ଷୁ ବ୍ୟଭିଚାରୀ ହୋଇ ଦେବତାଗଣର ପଶ୍ଚାତ ଗମନ କରେ, ତହିଁ ସକାଶୁ ଆମ୍ଭେ କିପରି ବିଦୀର୍ଣ୍ଣ ହୋଇଅଛୁ, ଏହା ସେମାନେ ସ୍ମରଣ କରିବେ; ଆଉ, ସେମାନେ ଆପଣା ଆପଣାର ସକଳ ଘୃଣାଯୋଗ୍ୟ ଆଚାର ବ୍ୟବହାର ଦ୍ୱାରା ଯେଉଁ ଦୁଷ୍କ୍ରିୟା କରିଅଛନ୍ତି, ତହିଁ ନିମନ୍ତେ ସେମାନେ ଆପଣାମାନଙ୍କ ଦୃଷ୍ଟିରେ ଆପଣାମାନଙ୍କୁ ଘୃଣା କରିବେ।
ତହିଁରେ ଯେତେବେଳେ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ, ସେତେବେଳେ ଏହି ଗୀତ ସାକ୍ଷୀ ସ୍ୱରୂପ ହୋଇ ସେମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବ; ଯେହେତୁ ସେମାନଙ୍କ ବଂଶର ମୁଖରୁ ଏହି ଗୀତ ବିସ୍ମୃତ ହେବ ନାହିଁ; ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ସେମାନଙ୍କୁ ଆଣିବା ପୂର୍ବେ ଏବେ ମଧ୍ୟ ସେମାନେ ଯେଉଁ କଳ୍ପନା କରୁଅଛନ୍ତି, ତାହା ଆମ୍ଭେ ଜାଣୁ।”