Biblia Todo Logo
Bìoball air-loidhne

- Sanasan -




ଲେବୀୟ ପୁସ୍ତକ 14:3 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ; ପୁଣି ଯାଜକ ଦେଖିବ, ଆଉ, ଯଦି କୁଷ୍ଠୀର କୁଷ୍ଠରୋଗର ଘାʼ ସୁସ୍ଥ ହୋଇଥାଏ,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ; ପୁଣି ଯାଜକ ଦେଖିବ, ଆଉ ଦେଖ, ଯେବେ କୁଷ୍ଠୀର କୁଷ୍ଠ ରୋଗର ଘାʼ ସୁସ୍ଥ ହୋଇଥାଏ,

Faic an caibideil Dèan lethbhreac

ଓଡିଆ ବାଇବେଲ

3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ; ପୁଣି ଯାଜକ ଦେଖିବ, ଆଉ, ଯଦି କୁଷ୍ଠୀର କୁଷ୍ଠରୋଗର ଘା’ ସୁସ୍ଥ ହୋଇଥାଏ,

Faic an caibideil Dèan lethbhreac

ପବିତ୍ର ବାଇବଲ

3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ, ପୁଣି ଯାଜକ ଦେଖିବ ଯଦି ଘା’ ସୁସ୍ଥ ହୋଇଥାଏ।

Faic an caibideil Dèan lethbhreac




ଲେବୀୟ ପୁସ୍ତକ 14:3
14 Iomraidhean Croise  

ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା; ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା।


ପୁଣି ସେ ଆପଣା କର୍ତ୍ତ୍ରୀକୁ କହିଲା, “ଆଃ, ଶମରୀୟାରେ ଯେଉଁ ଭବିଷ୍ୟଦ୍‍ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯେବେ ମୋʼ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ।”


କାରଣ ସେ କ୍ଷତ କରନ୍ତି ଓ ବାନ୍ଧନ୍ତି; ସେ ଆଘାତ କରନ୍ତି ଓ ତାହାଙ୍କ ହସ୍ତ ସୁସ୍ଥ କରଇ;


“ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”


“ଯଦି କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି କାଛୁକୁଣ୍ଡିଆ କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠରୋଗର ଘାʼ ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।


ତାହାଠାରେ ଯେତେ ଦିନ ଘାʼ ଥିବ, ସେତେ ଦିନ ସେ ଅଶୁଚି ରହିବ; କାରଣ ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେ ତାହାର ବାସସ୍ଥାନ ହେବ।


ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।


ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।


ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;


ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।”


ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;


Lean sinn:

Sanasan


Sanasan