Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 9:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ ଏହା କହି କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

22 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, ‘ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକʼ ଏହା କହି କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ।

Faic an caibideil Dèan lethbhreac

ଓଡିଆ ବାଇବେଲ

22 ଏଉତ୍ତାରେ ଯିହୋଶୂୟ ସେମାନଙ୍କୁ ଡକାଇ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଅତି ଦୂରସ୍ଥ ଲୋକ” ଏହା କହି କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରବଞ୍ଚନା କଲ ? ତୁମ୍ଭେମାନେ ତ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛ।

Faic an caibideil Dèan lethbhreac

ପବିତ୍ର ବାଇବଲ

22 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ।

Faic an caibideil Dèan lethbhreac




ଯିହୋଶୂୟ 9:22
9 Iomraidhean Croise  

ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା! ତହୁଁ ଯାକୁବ ଲାବନଙ୍କୁ କହିଲା, “ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କରିଅଛ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କାହିଁକି ମୋତେ ପ୍ରବଞ୍ଚନା କରିଅଛ?”


କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି।


ଏହିରୂପେ ସେମାନଙ୍କ ସହିତ ନିୟମ ସ୍ଥିର କରିବାର ତିନି ଦିନ ଗତ ହୁଅନ୍ତେ, ସେମାନେ ଶୁଣିଲେ ଯେ, ଏମାନେ ଆମ୍ଭମାନଙ୍କ ନିକଟସ୍ଥ ଲୋକ ଓ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଅଛନ୍ତି।


ମାତ୍ର ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯେ ଯେ କର୍ମ କରିଥିଲେ, ତାହା ଯେତେବେଳେ ଗିବୀୟୋନ୍‍ ନିବାସୀମାନେ ଶୁଣିଲେ,


ଏହିରୂପେ ସେମାନେ ଗିଲ୍‍ଗଲ୍‍ସ୍ଥିତ ଛାଉଣିକୁ ଯିହୋଶୂୟଙ୍କ ନିକଟକୁ ଯାଇ ତାଙ୍କୁ ଓ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂର ଦେଶରୁ ଆସିଲୁ, ଏଣୁ ତୁମ୍ଭେମାନେ ଏବେ ଆମ୍ଭମାନଙ୍କ ସହିତ ନିୟମ ସ୍ଥିର କର।”


Lean sinn:

Sanasan


Sanasan