Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 7:25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପୁଣି ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ।” ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

25 ପୁଣି ଯିହୋଶୂୟ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

25 ପୁଣି ଯିହୋଶୂୟ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ

25 ତା'ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା'ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ।

Faic an caibideil Dèan lethbhreac




ଯିହୋଶୂୟ 7:25
23 Iomraidhean Croise  

ତହୁଁ ଯାକୁବ ଶିମୀୟୋନ ଓ ଲେବୀକୁ କହିଲା, “ତୁମ୍ଭେମାନେ ଏ ଦେଶରେ, ଅର୍ଥାତ୍‍, କିଣାନୀୟ ଓ ପରିଷୀୟ ଲୋକମାନଙ୍କ ନିକଟରେ ମୋତେ ଦୁର୍ଗନ୍ଧ ସ୍ୱରୂପ କରି ବ୍ୟାକୁଳ କଲ; ମୋହର ଲୋକ ଅଳ୍ପ, ଏଥିପାଇଁ ସେମାନେ ମୋʼ ବିରୁଦ୍ଧରେ ଏକତ୍ର ହୋଇ ମୋତେ ବଧ କରିବେ; ତହିଁରେ ସପରିବାରରେ ବିନଷ୍ଟ ହେବି।”


ଆଉ ପ୍ରାୟ ତିନି ମାସ ଉତ୍ତାରେ କେହି ଯିହୁଦାକୁ କହିଲା, “ତୁମ୍ଭର ପୁତ୍ରବଧୂ ତାମର ବ୍ୟଭିଚାରିଣୀ ହୋଇଅଛି; ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି।” ତହିଁରେ ଯିହୁଦା କହିଲା, “ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର।”


କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।


ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣନାଶ କରେ।


ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ, ମାତ୍ର ଯେଉଁ ଲୋକ ଲାଞ୍ଚ ଘୃଣା କରେ, ସେ ବଞ୍ଚିବ।


ଆଉ, କେହି ଯଦି କୌଣସି ସ୍ତ୍ରୀକୁ ଓ ତାହାର ମାତାକୁ ଗ୍ରହଣ କରେ, ତେବେ ତାହା ଦୁଷ୍ଟତା ଅଟେ; ତୁମ୍ଭମାନଙ୍କ ମଧ୍ୟରେ ଯେପରି ଏପରି ଦୁଷ୍ଟତା ନ ହୁଏ, ଏଥିପାଇଁ ସେ ଓ ସେମାନେ ଉଭୟ ଅଗ୍ନିରେ ଦଗ୍ଧ ହେବେ।


“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ।


ଆଉ, କୌଣସି ଯାଜକର କନ୍ୟା ଯଦି ବ୍ୟଭିଚାର କ୍ରିୟା ଦ୍ୱାରା ଆପଣାକୁ ଅପବିତ୍ର କରେ, ତେବେ ସେ ଆପଣା ପିତାକୁ ଅପବିତ୍ର କରେ; ସେ ଅଗ୍ନିରେ ପୋଡ଼ାଯିବ।


“ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।


ଯେଉଁମାନେ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ଅଙ୍ଗହୀନ ହେଲେ, ଭଲ ହୁଅନ୍ତା।


ତାହାର ମରଣ ପର୍ଯ୍ୟନ୍ତ ତାହାକୁ ପ୍ରସ୍ତରାଘାତ କରିବ; ଯେହେତୁ ଯେ ତୁମ୍ଭକୁ ଦାସ୍ୟଗୃହରୂପ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରୁ ଭୁଲାଇ ନେବା ପାଇଁ ସେ ଚେଷ୍ଟା କଲା।


ତହିଁରେ ସମୁଦାୟ ଇସ୍ରାଏଲ ତାହା ଶୁଣିବେ ଓ ଭୟ କରିବେ, ପୁଣି ତୁମ୍ଭ ମଧ୍ୟରେ ଆଉ ଏପରି ଦୁଷ୍ଟତା କରିବେ ନାହିଁ।


ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗର-ଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।


ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।


କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ,


କାଳେ କେହି ଈଶ୍ବରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକେ କଳୁଷିତ ହୁଅନ୍ତି;


ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।


ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”


ତହିଁରେ ଯୋନାଥନ କହିଲା, “ମୋʼ ପିତା ଦେଶକୁ ଦୁଃଖ ଦେଇଅଛନ୍ତି; ଦେଖିଲ, ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି!


Lean sinn:

Sanasan


Sanasan