Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 6:26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; “ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; ସେ ଆପଣା ଜ୍ୟେଷ୍ଠପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ଵାରମାନ ସ୍ଥାପନ କରିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; ସେ ଆପଣା ଜ୍ୟେଷ୍ଠପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।

Faic an caibideil Dèan lethbhreac

ପବିତ୍ର ବାଇବଲ

26 ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ, “ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ, ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”

Faic an caibideil Dèan lethbhreac




ଯିହୋଶୂୟ 6:26
9 Iomraidhean Croise  

ତାଙ୍କର ସମୟରେ ବେଥେଲୀୟ ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ; ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦେଇ ଯାହା କହିଥିଲେ; ସେହି ବାକ୍ୟାନୁସାରେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ମୃତ୍ୟୁୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ ଓ ଆପଣା କନିଷ୍ଠ ପୁତ୍ର ସଗୂବର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କଲେ।


ତହୁଁ ରାଜା ତାହାକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନୁ ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେ ଥର ତୁମ୍ଭକୁ ଶପଥ କରାଇବି?”


ଏଉତ୍ତାରେ ଏଲୀୟ ତାଙ୍କୁ କହିଲେ, “ହେ ଇଲୀଶାୟ, ମୁଁ ବିନୟ କରୁଅଛି, ତୁମ୍ଭେ ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଅଛନ୍ତି।” ଏଥିରେ ଇଲୀଶାୟ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ତହୁଁ ସେମାନେ ଯିରୀହୋକୁ ଗଲେ।


ଇଦୋମ କହୁଅଛି, “ଆମ୍ଭେମାନେ ନିପାତିତ ହୋଇଅଛୁ ନିଶ୍ଚୟ, ମାତ୍ର ଆମ୍ଭେମାନେ ଫେରି ଉଜାଡ଼ ସ୍ଥାନସବୁ ନିର୍ମାଣ କରିବା।” ଏଥିପାଇଁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ସେମାନେ ନିର୍ମାଣ କରିବେ, ମାତ୍ର ଆମ୍ଭେ ଭାଙ୍ଗି ପକାଇବା ଆଉ, ଲୋକମାନେ ସେମାନଙ୍କୁ ଦୁଷ୍ଟତାର ଦେଶ ଓ ପରମେଶ୍ୱରଙ୍କର ନିତ୍ୟ କ୍ରୋଧର ପାତ୍ର ସ୍ୱରୂପ ଗୋଷ୍ଠୀ ବୋଲି ନାମ ଦେବେ।”


କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?


କିନ୍ତୁ ଭ୍ରମଣକାରୀ ଯିହୁଦୀ ଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣକୁ ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭମାନଙ୍କୁ ତାହାଙ୍କର ଆଦେଶ ଦେଉଅଛି।


ପୁଣି ଯାନୋହଠାରୁ ଅଟାରୋତ୍‍ ଓ ନାରା ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା।


Lean sinn:

Sanasan


Sanasan