Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 4:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତୁମ୍ଭେମାନେ ସେମାନଙ୍କୁ କହିବ, ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଅନନ୍ତକାଳଯାଏ ସ୍ମରଣୀୟ ହେବ।’”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ତୁମ୍ଭେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଅନ; କାଳଯାଏ ସ୍ମରଣୀୟ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ତୁମ୍ଭେମାନେ ସେମାନଙ୍କୁ କହିବ, ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ତାହା ଯର୍ଦ୍ଦନ ପାର ହେବା ସମୟରେ ଯର୍ଦ୍ଦନର ଜଳ କଟା ହୋଇଥିଲା; ଏହେତୁ ଏହି ପ୍ରସ୍ତରସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଅନନ୍ତ କାଳଯାଏ ସ୍ମରଣୀୟ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ

7 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ ଯେ ସଦାପ୍ରଭୁ ଯର୍ଦ୍ଦନ ନଦୀର ଜଳ ଧାରକୁ ବନ୍ଦ କରିଥିଲେ। ସେହି ସମୟରେ ଯାଜକମାନେ ସଦାପ୍ରଭୁଙ୍କର ଚୁକ୍ତିର ପବିତ୍ର ସିନ୍ଦୁକ ସହିତ ଧରି ନଦୀ ପାର ହେଉଥିଲେ, ଏହି ଶିଳା ଖଣ୍ତଗୁଡ଼ିକ ସବୁଦିନ ପାଇଁ ଇସ୍ରାଏଲବାସୀଙ୍କର କଥାକୁ ମନେପକାଉ ଥିବ।”

Faic an caibideil Dèan lethbhreac




ଯିହୋଶୂୟ 4:7
11 Iomraidhean Croise  

ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ।


ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ।


ପୁଣି, ଇସ୍ରାଏଲର ସନ୍ତାନଗଣଙ୍କୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ।


ତହୁଁ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ସେହି ପ୍ରାୟଶ୍ଚିତ୍ତ-ରୂପା ନେଇ ସମାଗମ-ତମ୍ବୁର କାର୍ଯ୍ୟାର୍ଥେ ନିରୂପଣ କରିବ; ତାହା ତୁମ୍ଭମାନଙ୍କ ପ୍ରାଣର ପ୍ରାୟଶ୍ଚିତ୍ତ ନିମନ୍ତେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ରହିବ।”


ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;


ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ-ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।


ଏହା କଲା ଉତ୍ତାରେ, ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା, ତାହାର ଯଷ୍ଟି ପୁଷ୍ପିତ ହେବ; ତହିଁରେ ଇସ୍ରାଏଲ-ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ୍ତ କରାଇବା।”


“ଏହା ତୁମ୍ଭମାନଙ୍କ ନିମନ୍ତେ ମୋହର ଶରୀର; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”


ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍‍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।


ତାହା ତୁମ୍ଭମାନଙ୍କ ମଧ୍ୟରେ ଚିହ୍ନସ୍ୱରୂପ ହେବ, ପୁଣି ‘ତୁମ୍ଭମାନଙ୍କର ଏସବୁ ପଥର କʼଣ?’ ଭବିଷ୍ୟତ କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଏହା ପଚାରିଲେ,


Lean sinn:

Sanasan


Sanasan