ଯିହୋଶୂୟ 24:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ। Faic an caibideilପବିତ୍ର ବାଇବଲ (Re-edited) - (BSI)7 ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସ୍ରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ, ପ୍ରାନ୍ତରରେ ବାସ କଲ। Faic an caibideilଓଡିଆ ବାଇବେଲ7 ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ, ସେ ତୁମ୍ଭମାନଙ୍କ ଓ ମିସ୍ରୀୟମାନଙ୍କ ମଧ୍ୟରେ ଅନ୍ଧକାର ସ୍ଥାପନ କଲେ, ଆଉ ସେମାନଙ୍କ ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ; ଆମ୍ଭେ ମିସରରେ ଯାହା କଲୁ; ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଲା, ତହିଁ ଉତ୍ତାରେ ତୁମ୍ଭେମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ। Faic an caibideilପବିତ୍ର ବାଇବଲ7 ତେଣୁ ଲୋକମାନେ ମୋତେ ପ୍ରାର୍ଥନା କଲେ, ‘ହେ ପ୍ରଭୁ, ଆମ୍ଭକୁ ସାହାଯ୍ୟ କର।’ ମୁଁ ମିଶରୀୟମାନଙ୍କ ପାଇଁ ବହୁ ଅସୁବିଧା କରାଇଲି। ଏବଂ ମିଶରୀୟମାନଙ୍କ ଉପରେ ସମୁଦ୍ରକୁ ଆଚ୍ଛନ୍ନ କରାଇଲି। ତୁମ୍ଭେମାନେ ଦେଖିଅଛ, ମୁଁ ମିଶରୀୟ ସୈନ୍ୟମାନଙ୍କୁ କି ଅବସ୍ଥା କରିଛି। ଏହା ପରେ ତୁମ୍ଭେମାନେ ସେହି ମରୁ ଅଞ୍ଚଳରେ ଦୀର୍ଘଦିନ ଧରି ବାସ କଲ। Faic an caibideil |
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ମିସରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସକଳ କର୍ମ କରିଅଛନ୍ତି, କି ତଦନୁସାରେ ପରୀକ୍ଷାସିଦ୍ଧ ପ୍ରମାଣ ଦ୍ୱାରା, ଚିହ୍ନ ଦ୍ୱାରା, ଆଶ୍ଚର୍ଯ୍ୟକର୍ମ ଦ୍ୱାରା, ଯୁଦ୍ଧ ଦ୍ୱାରା, ପରାକ୍ରାନ୍ତ ହସ୍ତ ଦ୍ୱାରା, ବିସ୍ତାରିତ ବାହୁ ଦ୍ୱାରା ଓ ଭୟଙ୍କର ମହାକର୍ମ ଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ମିସରରୁ ନିର୍ଗତ ସମସ୍ତ ଗୋଷ୍ଠୀୟ ଲୋକ, ଯୋଦ୍ଧା ମନୁଷ୍ୟମାନେ, ସଦାପ୍ରଭୁଙ୍କ ରବ ନ ଶୁଣିବା ସକାଶୁ ସେସମସ୍ତଙ୍କ ସଂହାର ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ଚାଳିଶ ବର୍ଷ ପ୍ରାନ୍ତରରେ ଭ୍ରମଣ କଲେ; କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦେବା ବିଷୟରେ ସେମାନଙ୍କ ପୂର୍ବପୁରୁଷଗଣ ନିକଟରେ ଶପଥ କରିଥିଲେ, ସଦାପ୍ରଭୁ ସେମାନଙ୍କୁ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେଖିବାକୁ ଦେବେ ନାହିଁ ବୋଲି ଶପଥ କଲେ।