Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 24:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ଆଉ ତୁମ୍ଭର ଖଡ଼୍‍ଗ କି ତୁମ୍ଭର ଧନୁ ଦ୍ଵାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍, ଇମୋରୀୟ-ମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ଆଉ ତୁମ୍ଭର ଖଡ୍ଗ କି ତୁମ୍ଭର ଧନୁ ଦ୍ୱାରା ନୁହେଁ, ମାତ୍ର ଆମ୍ଭେ ତୁମ୍ଭମାନଙ୍କ ଆଗେ ଆଗେ ବିରୁଡ଼ି ପଠାଇଲୁ, ଯେ ସେମାନଙ୍କୁ, ଅର୍ଥାତ୍‍, ଇମୋରୀୟମାନଙ୍କ ଦୁଇ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଘଉଡ଼ାଇ ଦେଲା।

Faic an caibideil Dèan lethbhreac

ପବିତ୍ର ବାଇବଲ

12 ଯେତେବେଳେ ତୁମ୍ଭର ସୈନ୍ୟମାନେ ଆଗେଇ ଗ୍ଭଲିଲେ, ମୁଁ ସେମାନଙ୍କ ଆଗେ ଆଗେ ବିରୁଡ଼ି ମାନଙ୍କୁ ପଠାଇଲି। ସେହି ବିରୁଡ଼ିମାନେ ସେମାନଙ୍କୁ ସେଠାରୁ ତଡ଼ି ଦେଲେ ଓ ସେହି ଦୁଇଜଣ ଇମୋରୀୟ ରାଜାଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ତଡ଼ି ଦେଲେ। ଯେପରିକି ତୁମ୍ଭର ଖଣ୍ତା କିମ୍ବା ଧନୁର ବ୍ୟବହାର ନ କରି ତୁମ୍ଭେମାନେ ଜିତିଗଲ ଓ ସେମାନଙ୍କର ଦେଶକୁ ଅଧିକାର କଲ।

Faic an caibideil Dèan lethbhreac




ଯିହୋଶୂୟ 24:12
13 Iomraidhean Croise  

ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓଗ୍‍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।


ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସ ବୃକ୍ଷ ତୁଲ୍ୟ ହେଲେ।


ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା।


ଆମ୍ଭେ ତୁମ୍ଭ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା; ସେମାନେ ହିବ୍ବୀୟ, କିଣାନୀୟ ଓ ହିତ୍ତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବେ।


ପୁଣି, ଆମ୍ଭେ ସୂଫ ସାଗରଠାରୁ ପଲେଷ୍ଟୀୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ୍‍ ନଦୀ ପର୍ଯ୍ୟନ୍ତ ତୁମ୍ଭର ସୀମା ନିରୂପଣ କରିବା; କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ।


ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।


ଏଥିଉତ୍ତାରେ ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ିଦେଲେ।


ପୁଣି ସଦାପ୍ରଭୁ ଇମୋରୀୟମାନଙ୍କ ସୀହୋନ ଓ ଓଗ୍‍ ନାମକ ରାଜାମାନଙ୍କୁ ନାଶ କରି ସେମାନଙ୍କ ପ୍ରତି ଓ ସେମାନଙ୍କ ଦେଶ ପ୍ରତି ଯେରୂପ କଲେ, ଏମାନଙ୍କ ପ୍ରତି ସେରୂପ କରିବେ।


କାରଣ ମିସରରୁ ବାହାର ହୋଇ ଆସିବା ସମୟରେ ମୋଶା, ଇସ୍ରାଏଲ-ସନ୍ତାନଗଣ ସେହି ରାଜାକୁ ବଧ କରି ତାହାର ଓ ବାଶନର ରାଜା ଓଗ୍‍ର,


ଯର୍ଦ୍ଦନ-ପୂର୍ବଦିଗସ୍ଥ ଇମୋରୀୟମାନଙ୍କ ଏହି ଦୁଇ ରାଜାର ଦେଶ,


ଆହୁରି ଯେଉଁମାନେ ଅବଶିଷ୍ଟ ରହିବେ ଓ ଆପଣାମାନଙ୍କୁ ଲୁଚାଇ ରଖିବେ, ସେମାନେ ତୁମ୍ଭ ସମ୍ମୁଖରୁ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କ ମଧ୍ୟକୁ ବିରୁଡ଼ି ପଠାଇବେ।


କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍‍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;


Lean sinn:

Sanasan


Sanasan