Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 14:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥାʼନ୍ତି ଓ ନଗରମାନ ବୃହତ ଓ ପ୍ରାଚୀର-ବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥାʼନ୍ତି ଓ ନଗରମାନ ବୃହତ ଓ ପ୍ରାଚୀରବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥା’ନ୍ତି ଓ ନଗରମାନ ବୃହତ ଓ ପ୍ରାଚୀରବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।

Faic an caibideil Dèan lethbhreac

ପବିତ୍ର ବାଇବଲ

12 ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।”

Faic an caibideil Dèan lethbhreac




ଯିହୋଶୂୟ 14:12
21 Iomraidhean Croise  

ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ତିରସ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।”


ଏଥିରେ ଆସା ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଡାକ ପକାଇ କହିଲେ, “ସଦାପ୍ରଭୋ, ବଳବାନ ଓ ବଳହୀନ ଲୋକ ମଧ୍ୟରେ ସାହାଯ୍ୟ କରିବାକୁ ତୁମ୍ଭ ଭିନ୍ନ ଆଉ କେହି ନାହାନ୍ତି; ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭମାନଙ୍କର ସାହାଯ୍ୟ କର; କାରଣ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁଅଛୁ ଓ ତୁମ୍ଭ ନାମରେ ଏହି ଜନତା ପ୍ରତିକୂଳରେ ଆସିଅଛୁ। ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ; ମନୁଷ୍ୟ ତୁମ୍ଭ ପ୍ରତିକୂଳରେ ଜୟଯୁକ୍ତ ନ ହେଉ।”


କାରଣ ସେମାନେ ନିଜ ଖଡ୍ଗ ଦ୍ୱାରା ଦେଶାଧିକାର ପ୍ରାପ୍ତ ହେଲେ ନାହିଁ, କିଅବା ସେମାନଙ୍କ ନିଜ ବାହୁ ସେମାନଙ୍କୁ ଉଦ୍ଧାର କଲା ନାହିଁ; ମାତ୍ର ସେମାନଙ୍କ ପ୍ରତି ତୁମ୍ଭର ଅନୁଗ୍ରହ ଥିବାରୁ ତୁମ୍ଭର ଦକ୍ଷିଣ ହସ୍ତ, ତୁମ୍ଭର ବାହୁ ଓ ତୁମ୍ଭ ମୁଖର ପ୍ରସନ୍ନତା ତାହା କରିଥିଲା।


ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।


ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗରସବୁ ପ୍ରାଚୀର-ବେଷ୍ଟିତ ଓ ଅତି ବଡ଼; ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ।


ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।”


ସେହି ସମୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ହିଷ୍‍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେରୂପ କଲ, ତାହା ପ୍ରତି ସେରୂପ କରିବ।”


ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କଅଣ କହିବା? ଯଦି ଈଶ୍ବର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ?


ଆମ୍ଭେମାନେ କେଉଁଠାକୁ ଯିବା? ‘ସେହି ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ବଳବାନ ଓ ଉଚ୍ଚ; ନଗରମାନ ବୃହତ ଓ ଗଗନସ୍ପର୍ଶୀ ପ୍ରାଚୀର-ବେଷ୍ଟିତ ଆହୁରି ସେହି ସ୍ଥାନରେ ଆମ୍ଭେମାନେ ଅନାକୀୟମାନଙ୍କ ସନ୍ତାନଗଣକୁ ଦେଖିଅଛୁ, ଏହି କଥା କହି ଆମ୍ଭମାନଙ୍କ ଭ୍ରାତୃଗଣ ଆମ୍ଭମାନଙ୍କର ମନୋଭଙ୍ଗ କରିଅଛନ୍ତି।’”


ହେ ଇସ୍ରାଏଲ, ଶୁଣ ତୁମ୍ଭେ ଆପଣାଠାରୁ ଅଧିକ ପ୍ରବଳ ଓ ବଳବାନ ଗୋଷ୍ଠୀୟ ଲୋକମାନଙ୍କୁ, ଆଉ ପ୍ରାଚୀର-ବେଷ୍ଟିତ ବୃହତ ଓ ଗଗନସ୍ପର୍ଶୀ ନଗରମାନଙ୍କୁ ଅଧିକାର କରିବା ପାଇଁ ଆଜି ଯର୍ଦ୍ଦନ ପାର ହୋଇ ଯାଉଅଛ;


ଏଣୁ ଆଜି ଜ୍ଞାତ ହୁଅ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନି ସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି; ସେ ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭ ସମ୍ମୁଖରେ ନତ କରିବେ; ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।


ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ।


ବିଶ୍ୱାସ ଦ୍ୱାରା ସେମାନେ ରାଜ୍ୟଗୁଡ଼ିକ ଜୟ କଲେ, ଧର୍ମ ସାଧନ କଲେ, ପ୍ରତିଜ୍ଞାର ଫଳପ୍ରାପ୍ତ ହେଲେ, ସିଂହମାନଙ୍କ ମୁଖରୁ ବଞ୍ଚିତ ହେଲେ,


ପୁଣି କାଲେବ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍‍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।


ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେହି ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ।


ପୁଣି, ଯୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, “ଆସ, ଆମ୍ଭେମାନେ ସେହି ଅସୁନ୍ନତମାନଙ୍କ ପ୍ରହରୀ-ଦଳ ନିକଟକୁ ଯାଉ; ହୋଇପାରେ, ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ; ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ।”


Lean sinn:

Sanasan


Sanasan