Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 49:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଲାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

16 ଗୋ ଶୈଳଛିଦ୍ରନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ଵିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା, ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

16 “ଗୋ ଶୈଳଛିଦ୍ର ନିବାସିନୀ, ହେ ପର୍ବତ ଶୃଙ୍ଗ ଅବଲମ୍ବିନୀ, ତୁମ୍ଭର ଭୟଙ୍କରତା ବିଷୟରେ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ବଞ୍ଚନା କରିଅଛି; ଯଦ୍ୟପି ତୁମ୍ଭେ ଉତ୍କ୍ରୋଶ ପକ୍ଷୀ ପରି ଉଚ୍ଚ ସ୍ଥାନରେ ବସା କରିବ, ତଥାପି ଆମ୍ଭେ ତୁମ୍ଭକୁ ସେଠାରୁ ଓହ୍ଳାଇ ଆଣିବା,” ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

16 ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧ୍ୟରେ ନିଜକୁ ମହାନ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧ୍ୟରେ ଓ ଉଚ୍ଚ ସ୍ଥାନରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶପକ୍ଷୀ ପରି ଉଚ୍ଚ ସ୍ଥାନରେ ବାସ କଲେ ମଧ୍ୟ ମୁଁ ତୁମ୍ଭକୁ ସେଠାରୁ ତଳକୁ ଓହ୍ଲାଇ ଆଣିବି।” ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac




ଯିରିମୀୟ 49:16
21 Iomraidhean Croise  

ସେ ଲବଣ ଉପତ୍ୟକାରେ ଇଦୋମର ଦଶ ସହସ୍ର ଲୋକଙ୍କୁ ବଧ କଲେ ଓ ଯୁଦ୍ଧରେ ସେଲା ନଗର ହସ୍ତଗତ କରି ତହିଁର ନାମ ଯକ୍ତେଲ ରଖିଲେ; ତାହା ଆଜି ପର୍ଯ୍ୟନ୍ତ ଅଛି।


ଉତ୍କ୍ରୋଶ ପକ୍ଷୀ ତୁମ୍ଭ ଆଜ୍ଞାରେ କି ଉପରକୁ ଉଠେ ଓ ଊର୍ଦ୍ଧ୍ୱରେ ଆପଣା ବସା କରେ?


ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି, ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ।


ମରଣ ଓ ଜୀବନ ଜିହ୍ୱାର ଅଧୀନ; ଯେଉଁମାନେ ତାକୁ ଭଲ ଜାଣନ୍ତି, ସେମାନେ ତାହାର ଫଳ ଭୋଗିବେ।


ମନୁଷ୍ୟର ଅହଙ୍କାର ତାହାକୁ ନତ କରିବ; ମାତ୍ର ଯାହାର ଆତ୍ମା ବିନତ, ସେ ସମ୍ମାନ ପାଇବ।


ହେ ମୋହର କପୋତୀ, ତୁମ୍ଭେ ଶୈଳର ଫାଟରେ ଗଡ଼ନ୍ତି ସ୍ଥାନର ଅନ୍ତରାଳରେ ଅଛ, ମୋତେ ତୁମ୍ଭ ରୂପ ଦେଖିବାକୁ ଦିଅ, ମୋତେ ତୁମ୍ଭ ରବ ଶୁଣିବାକୁ ଦିଅ; କାରଣ ତୁମ୍ଭ ରବ ସୁମିଷ୍ଟ ଓ ତୁମ୍ଭ ରୂପ ମନୋହର।


ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।”


ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।


ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, “ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।


ଆମ୍ଭେମାନେ ବୀର ଓ ଯୁଦ୍ଧ ପାଇଁ ବଳବାନ ଲୋକ,’ ଏହା ତୁମ୍ଭେମାନେ କିପରି କହୁଅଛ?


କାରଣ ଦେଖ, ଆମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର ଓ ମନୁଷ୍ୟମାନଙ୍କ ମଧ୍ୟରେ ଅବଜ୍ଞାତ କରିଅଛୁ।


ଧନୁର୍ଦ୍ଧାରୀମାନଙ୍କୁ, ଧନୁରେ ଗୁଣଦାୟୀ ସମସ୍ତଙ୍କୁ ବାବିଲ ବିରୁଦ୍ଧରେ ଏକତ୍ର ଡାକ; ତାହା ବିରୁଦ୍ଧରେ ଚାରିଆଡ଼େ ଛାଉଣି ସ୍ଥାପନ କର; ତହିଁରୁ କାହାକୁ ରକ୍ଷା ପାଇବାକୁ ଦିଅ ନାହିଁ; ତାହାର କର୍ମାନୁସାରେ ତାହାକୁ ପ୍ରତିଫଳ ଦିଅ; ସେ ଯେପରି କରିଅଛି, ତାହା ପ୍ରତି ସେପରି କର; କାରଣ ସେ ସଦାପ୍ରଭୁଙ୍କ ବିରୁଦ୍ଧରେ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ ଦର୍ପ କରିଅଛି।


ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।


ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।


ଯେଉଁ ଜନ ଉଚ୍ଚରେ ଆପଣା ବସା କରିବା ପାଇଁ, ବିପଦର ହସ୍ତରୁ ଉଦ୍ଧାର କରିବା ପାଇଁ ଆପଣା ବଂଶ ନିମନ୍ତେ କୁଲାଭ ଉପାର୍ଜ୍ଜନ କରେ, ସେ ସନ୍ତାପର ପାତ୍ର!


ମାତ୍ର ଏଷୌକୁ ଆମ୍ଭେ ଅପ୍ରେମ କଲୁ ଓ ତାହାର ପର୍ବତଗଣକୁ ଧ୍ୱଂସର ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳମାନଙ୍କର ସ୍ଥାନ କଲୁ।”


Lean sinn:

Sanasan


Sanasan