Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 34:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକୁ ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍‍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକି ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,

Faic an caibideil Dèan lethbhreac

ଓଡିଆ ବାଇବେଲ

8 ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟ ଦାସକୁ ଓ ପ୍ରତ୍ୟେକ ଜଣ ଆପଣା ଆପଣା ଏବ୍ରୀୟା ଦାସୀକି ମୁକ୍ତ କରି ବିଦାୟ କରିବେ; କେହି ସେମାନଙ୍କୁ, ଅର୍ଥାତ୍‍ ଆପଣା ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବ ନାହିଁ,

Faic an caibideil Dèan lethbhreac

ପବିତ୍ର ବାଇବଲ

8 ସିଦିକିୟ ରାଜା ଯିରୁଶାଲମ ଲୋକମାନଙ୍କ ସହିତ ଏହି ନିୟମ କରିଥିଲେ ଯେ ପ୍ରତ୍ୟେକ ନିଜ ନିଜ ଏବ୍ରୀୟ ଦାସଦାସୀଙ୍କୁ ମୁକ୍ତ କରି ବିଦାୟ ଦେବେ। କେହି ସେମାନଙ୍କୁ ଅର୍ଥାତ୍ ନିଜ ଯିହୁଦୀୟ ଭ୍ରାତାକୁ ଦାସ୍ୟକର୍ମ କରାଇବେ ନାହିଁ। ସିଦିକିୟ ଏହି ନିୟମ କଲାପରେ ସଦାପ୍ରଭୁଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

Faic an caibideil Dèan lethbhreac




ଯିରିମୀୟ 34:8
18 Iomraidhean Croise  

ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା।


ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ଆପଣାର, ପୁଣି ସମଗ୍ର ଲୋକଙ୍କର ଓ ରାଜାଙ୍କର ମଧ୍ୟରେ ଏକ ନିୟମ କଲା।


ଏହେତୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧ ଯେପରି ଆମ୍ଭମାନଙ୍କ ଉପରୁ ନିବୃତ୍ତ ହେବ, ଏଥିପାଇଁ ତାହାଙ୍କ ସଙ୍ଗେ ଏକ ନିୟମ କରିବାକୁ ମୋʼ ମନରେ ଅଛି।


ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।


ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,


ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ;


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ପ୍ରତି ମୁକ୍ତି ଘୋଷଣା କରିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହଁ; ଏଣୁ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ପ୍ରତି, ମହାମାରୀ ପ୍ରତି ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ; ଆଉ, ଆମ୍ଭେ ପୃଥିବୀର ସମସ୍ତ ରାଜ୍ୟରେ ଏଣେତେଣେ ବିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ସମର୍ପଣ କରିବା।


ପୁଣି, ତୁମ୍ଭେମାନେ ପଚାଶତମ ବର୍ଷକୁ ପବିତ୍ର ରୂପେ ମାନ୍ୟ କରିବ, ଆଉ ସମୁଦାୟ ଦେଶରେ ତହିଁର ସମସ୍ତ ନିବାସୀମାନଙ୍କ ପ୍ରତି ମୁକ୍ତି ଘୋଷଣା କରିବ; ତାହା ତୁମ୍ଭମାନଙ୍କ ନିମନ୍ତେ ଯୋବେଲ (ମହା ଉଲ୍ଲାସ ଉତ୍ସବ) ହେବ ଓ ତୁମ୍ଭେମାନେ ପ୍ରତି ଜଣ ଆପଣା ଆପଣା ଅଧିକାରକୁ ଫେରିଯିବ ଓ ପ୍ରତି ଜଣ ଆପଣା ଆପଣା ବଂଶ ନିକଟକୁ ଫେରିଯିବ।


ଯେବେ ତୁମ୍ଭ ଭାଇ, କୌଣସି ଏବ୍ରୀୟ ପୁରୁଷ, କି ଏବ୍ରୀୟା ସ୍ତ୍ରୀ, ତୁମ୍ଭ ନିକଟରେ ବିକାଯାଏ ଓ ଛଅ ବର୍ଷ ତୁମ୍ଭର ସେବା କରେ; ତେବେ ସପ୍ତମ ବର୍ଷରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାୟ କରିବ।


Lean sinn:

Sanasan


Sanasan