Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 33:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜାଗଣର ଯେସକଳ ଗୃହ ବନ୍ଧ ଓ ଖଡ୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜଗଣର ଯେସକଳ ଗୃହ ବନ୍ଧ ଓ ଖଡ଼୍‍ଗ ବିରୁଦ୍ଧରେ ଆଶ୍ରୟ ସ୍ଵରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି;

Faic an caibideil Dèan lethbhreac

ଓଡିଆ ବାଇବେଲ

4 କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜାଗଣର ଯେସକଳ ଗୃହ ବନ୍ଧ ଓ ଖଡ୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

Faic an caibideil Dèan lethbhreac

ପବିତ୍ର ବାଇବଲ

4 ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।

Faic an caibideil Dèan lethbhreac




ଯିରିମୀୟ 33:4
11 Iomraidhean Croise  

ପୁଣି, ତୁମ୍ଭେମାନେ ଯିରୂଶାଲମସ୍ଥ ଗୃହସବୁ ଗଣନା କଲ ଓ ପ୍ରାଚୀର ଦୃଢ଼ କରିବା ପାଇଁ ଗୃହସବୁ ଭାଙ୍ଗିଲ।


ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;


କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ;


ଏହିସବୁ ବନ୍ଧ ଦେଖ, ସେମାନେ ଜୟ କରିବା ପାଇଁ ନଗରକୁ ଆସିଅଛନ୍ତି; ପୁଣି, ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ସକାଶୁ ନଗର ବିରୁଦ୍ଧରେ ଯୁଦ୍ଧକାରୀ କଲ୍‍ଦୀୟମାନଙ୍କ ହସ୍ତରେ ତାହା ଦତ୍ତ ହେଉଅଛି; ଆଉ, ତୁମ୍ଭେ ଯାହା କହିଅଛ, ତାହା ସଫଳ ହେଉଅଛି; ପୁଣି ଦେଖ, ତୁମ୍ଭେ ଏହା ଦେଖୁଅଛ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ; ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।


ପ୍ରଭୁ ଆପଣା ଯଜ୍ଞବେଦି ଦୂର କରିଅଛନ୍ତି, ସେ ଆପଣା ପବିତ୍ର ସ୍ଥାନ ଘୃଣା କରିଅଛନ୍ତି, ସେ ତାହାର ଅଟ୍ଟାଳିକାର ଭିତ୍ତିଗୁଡ଼ିକୁ ଶତ୍ରୁ ହସ୍ତରେ ସମର୍ପଣ କରିଅଛନ୍ତି; ସେମାନେ ସଦାପ୍ରଭୁଙ୍କ ଗୃହ ମଧ୍ୟରେ ମହାସଭାର ଦିନ ତୁଲ୍ୟ ଚହଳ କରିଅଛନ୍ତି।


ତାହାର ଦକ୍ଷିଣ ହସ୍ତରେ ଯିରୂଶାଲମ ନାମରେ, ଅର୍ଥାତ୍‍, ସେହି ସ୍ଥାନରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବଧଆଜ୍ଞା ଦେବାକୁ, ଉଚ୍ଚସ୍ୱରରେ ସିଂହନାଦ କରିବାକୁ, ନଗରର ଦ୍ୱାରସମୂହର ବିରୁଦ୍ଧରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କରିବାକୁ, ବନ୍ଧ ବାନ୍ଧିବାକୁ ଓ ଦୁର୍ଗ ନିର୍ମାଣ କରିବାକୁ ଯିରୂଶାଲମର ନାମରେ ମନ୍ତ୍ର ଉଠିଲା।


ସେ କ୍ଷେତ୍ରସ୍ଥିତ ତୁମ୍ଭର କନ୍ୟାଗଣକୁ ଖଡ୍ଗରେ ବଧ କରିବ; ଆଉ, ସେ ତୁମ୍ଭ ବିରୁଦ୍ଧରେ ଦୁର୍ଗ ନିର୍ମାଣ କରିବ, ତୁମ୍ଭ ବିରୁଦ୍ଧରେ ବନ୍ଧ ବାନ୍ଧିବ ଓ ତୁମ୍ଭ ବିରୁଦ୍ଧରେ ଢାଲ ଉଠାଇବ।


ଆଉ, ତାହା ସୈନ୍ୟରେ ବେଷ୍ଟିତ କର, ତାହା ବିରୁଦ୍ଧରେ ଗଡ଼ ନିର୍ମାଣ କର ଓ ତାହା ବିରୁଦ୍ଧରେ ବନ୍ଧ ବାନ୍ଧ; ମଧ୍ୟ ତାହା ବିରୁଦ୍ଧରେ ଛାଉଣି ସ୍ଥାପନ କର ଓ ତହିଁର ଚତୁର୍ଦ୍ଦିଗରେ ପ୍ରାଚୀର-ଭେଦକ ଯନ୍ତ୍ର ସ୍ଥାପନ କର।


ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୂପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ।


କେବଳ ଯେଉଁ ବୃକ୍ଷ ଖାଦ୍ୟ ନିମନ୍ତେ ନୁହେଁ ବୋଲି ଜାଣ, ତାହା ତୁମ୍ଭେ ନଷ୍ଟ କରିବ ଓ କାଟିବ; ଆଉ ତୁମ୍ଭ ସହିତ ଯୁଦ୍ଧକାରୀ ନଗର ପରାଜିତ ହେବା ପର୍ଯ୍ୟନ୍ତ ତହିଁ ବିରୁଦ୍ଧରେ ଅବରୋଧକ ଉପାୟ ନିର୍ମାଣ କରିବ।


Lean sinn:

Sanasan


Sanasan