Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 32:35 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍, ଯିହୁଦାକୁ ପାପ କରାଇବା ପାଇଁ ମୋଲକର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ-ପୁତ୍ରର ଉପତ୍ୟକାରେ ବାଲ୍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

35 ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ

35 “ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବା‌ଲ୍‌ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି। ସେମାନେ ମୋଲକର ଉଦ୍ଦେଶ୍ୟରେ ଆପଣା ପୁତ୍ରକନ୍ୟାଗଣଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ପାଇଁ ଏସବୁ ନିର୍ମାଣ କରିଛନ୍ତି। ମାତ୍ର ଏସବୁ ଘୃଣ୍ୟକର୍ମ କରିବା ପାଇଁ ଆମ୍ଭେ ଆଜ୍ଞା ଦେଇ ନାହୁଁ କିଅବା ଆମ୍ଭ ମନରେ ତାହା ଉଦୟ ହୋଇ ନାହିଁ। ଯିହୁଦାକୁ ପାପ କରାଇବା ପାଇଁ ସେମାନେ ଏହା କରିଛନ୍ତି।

Faic an caibideil Dèan lethbhreac




ଯିରିମୀୟ 32:35
33 Iomraidhean Croise  

ଯେହେତୁ ସେମାନେ ଆମ୍ଭକୁ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍‍ ଦେବୀକି ଓ ମୋୟାବର କମୋଶ ଦେବକୁ ଓ ଅମ୍ମୋନ-ସନ୍ତାନଗଣର ମିଲ୍‍କମ୍‍ ଦେବକୁ ପ୍ରଣାମ କରିଅଛନ୍ତି; ପୁଣି, ଆପଣା ପିତା ଦାଉଦ ଯେପରି ଆମ୍ଭ ଦୃଷ୍ଟିରେ ନ୍ୟାୟ ବ୍ୟବହାର କଲା ଓ ଆମ୍ଭର ବିଧି ଓ ଆମ୍ଭର ଶାସନ ପାଳନ କଲା, ସେପରି କରିବାକୁ ସେମାନେ ଆମ୍ଭ ପଥରେ ଚାଲି ନାହାନ୍ତି।


ତହୁଁ ଶଲୋମନ ଯିରୂଶାଲମ ସମ୍ମୁଖସ୍ଥ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ ନିମନ୍ତେ ଓ ଅମ୍ମୋନ-ସନ୍ତାନଗଣର ମୋଲକ୍‍ ନାମକ ଘୃଣାଯୋଗ୍ୟ ଦେବତା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।


ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହି ସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।”


ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ଆପଣା ପିତାଙ୍କର ପଥରେ ଓ ତାଙ୍କର ପିତା ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ସେହି ପାପରେ ଚାଲିଲେ।


କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ।


ପୁଣି, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କରିବାରେ, ଯାରବୀୟାମଙ୍କର ପଥରେ ଚାଲିବାରେ ଓ ଇସ୍ରାଏଲକୁ ପାପ କରାଇବାରେ ଆପେ ଯେଉଁ ପାପ କଲେ, ତାଙ୍କ କୃତ ସେହି ପାପ ସକାଶୁ ମଲେ।


ପୁଣି, ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହିଁ ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଓ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବି।


“ଯିହୁଦାର ରାଜା ମନଃଶି ଏହି ସକଳ ଘୃଣାଯୋଗ୍ୟ କର୍ମ କରିଅଛି ଓ ତାହାର ପୂର୍ବେ ଯେଉଁ ଇମୋରୀୟମାନେ ଥିଲେ, ସେମାନଙ୍କ ଅପେକ୍ଷା ଅଧିକ ଦୁଷ୍କର୍ମ କରିଅଛି ଓ ଯିହୁଦାକୁ ମଧ୍ୟ ଆପଣା ପ୍ରତିମାଗଣ ଦ୍ୱାରା ପାପ କରାଇଅଛି।


“ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।


ପୁଣି କେହି ଯେପରି ମୋଲକ୍‍ ଉଦ୍ଦେଶ୍ୟରେ ଆପଣା ପୁତ୍ର କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ ନ କରାଇବ, ଏଥିପାଇଁ ସେ ହିନ୍ନୋମର ସନ୍ତାନଗଣ ଉପତ୍ୟକାସ୍ଥିତ ତୋଫତ୍‍ ନାମକ ସ୍ଥାନକୁ ଅଶୁଚି କଲେ।


ଆହୁରି ବେଥେଲ୍‍ରେ ଯେଉଁ ଯଜ୍ଞବେଦି ଥିଲା ଓ ଇସ୍ରାଏଲକୁ ପାପ କରାଇଥିଲେ ଯେ ନବାଟର ପୁତ୍ର ଯାରବୀୟାମ, ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶୀୟ ସେହି ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ, ପୁଣି ସେ ଉଚ୍ଚସ୍ଥଳୀ ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ, ଆଉ ଆଶେରାମୂର୍ତ୍ତିକୁ ଦଗ୍ଧ କଲେ।


ତଥାପି ନବାଟର ପୁତ୍ର ଯାରବୀୟାମ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପରେ ସେ ଆସକ୍ତ ହେଲେ ଓ ତାହା ଛାଡ଼ିଲେ ନାହିଁ।


ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।


ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।


ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ।


ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?”


ତୁମ୍ଭେମାନେ ଅଲୋନ ବୃକ୍ଷଗଣ ମଧ୍ୟରେ, ପ୍ରତ୍ୟେକ ହରିତ୍‍ପୂର୍ଣ୍ଣ ବୃକ୍ଷ ତଳେ ଆସକ୍ତିରୂପ ଅନଳରେ ଆପଣାମାନଙ୍କୁ କି ଉତ୍ତପ୍ତ କରୁ ନାହଁ; ତୁମ୍ଭେମାନେ ନାନା ଉପତ୍ୟକାରେ, ଶୈଳଗଣର ଫାଟ ତଳେ ସନ୍ତାନଗଣକୁ କି ବଧ କରୁ ନାହଁ?


ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;


ତୁମ୍ଭର ପ୍ରେମକାରୀ ସମସ୍ତେ ତୁମ୍ଭକୁ ପାସୋରିଅଛନ୍ତି; ସେମାନେ ତୁମ୍ଭକୁ ଖୋଜନ୍ତି ନାହିଁ; କାରଣ ତୁମ୍ଭର ଅଧର୍ମ ବହୁଳ ଓ ତୁମ୍ଭର ପାପ ବୃଦ୍ଧି ହେବା ସକାଶୁ ଆମ୍ଭେ ତୁମ୍ଭକୁ ଶତ୍ରୁ ତୁଲ୍ୟ ଆଘାତ କରିଅଛୁ ଓ ନିର୍ଦ୍ଦୟ ଲୋକ ତୁଲ୍ୟ ଶାସ୍ତି ଦେଇଅଛୁ।


ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।


ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ଯିହୁଦାର ସନ୍ତାନଗଣ କରିଅଛନ୍ତି; ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ଅଶୁଚି କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତୁ ତହିଁ ମଧ୍ୟରେ ରଖିଅଛନ୍ତି।


ସେମାନେ ଆପଣା ଆପଣା ପୁତ୍ରକନ୍ୟାଗଣକୁ ଅଗ୍ନିରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକାରେ ତୋଫତ୍‍ର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି; ଏହା ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଆମ୍ଭ ମନରେ ଏହା ଉଦୟ ହୋଇ ନାହିଁ।


କାରଣ ସେମାନେ ବ୍ୟଭିଚାର କରିଅଛନ୍ତି ଓ ସେମାନଙ୍କ ହସ୍ତରେ ରକ୍ତ ଅଛି ଓ ସେମାନେ ଆପଣାମାନଙ୍କ ପ୍ରତିମାଗଣ ସହିତ ବ୍ୟଭିଚାର କରିଅଛନ୍ତି; ଆଉ, ସେମାନେ ମଧ୍ୟ ଆମ୍ଭଠାରୁ ଜାତ ଆପଣା ସନ୍ତାନଗଣକୁ ଗ୍ରାସିତ ହେବା ନିମନ୍ତେ ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇଅଛନ୍ତି।


ତୁମ୍ଭେ ଆପଣା ବଂଶଜାତ କାହାକୁ ହିଁ, ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ଅଗ୍ନି ମଧ୍ୟଦେଇ ଗମନ କରାଇବାକୁ ଦେବ ନାହିଁ, କିଅବା ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।


ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ। ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’


ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ତଦ୍ରୂପ କରିବ ନାହିଁ; କାରଣ ସଦାପ୍ରଭୁ ଯାହା ଘୃଣା କରନ୍ତି; ଏପରି ସମଗ୍ର ଘୃଣ୍ୟ କର୍ମ ସେମାନେ ଆପଣା ଆପଣା ଦେବତାଗଣର ଉଦ୍ଦେଶ୍ୟରେ କରିଅଛନ୍ତି; ମଧ୍ୟ ସେମାନେ ଆପଣା ଆପଣା ଦେବତାଗଣ ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର ଓ ଆପଣା ଆପଣା କନ୍ୟାଗଣକୁ ମଧ୍ୟ ଅଗ୍ନିରେ ଦଗ୍ଧ କରନ୍ତି।


ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ କରାଇବା ଲୋକ, ଅବା ମନ୍ତ୍ରଜ୍ଞ, ଶୁଭାଶୁଭବାଦୀ, କି ଗଣକ, କି ମାୟାବୀ,


ତେବେ ସେ କଳଙ୍କିତା ହେଲା ଉତ୍ତାରେ ତାହାର ପ୍ରଥମ ସ୍ୱାମୀ, ଯେ ତାହାକୁ ବିଦାୟ ଦେଇଥିଲା, ତାହାକୁ ପୁନର୍ବାର ବିବାହ କରି ପାରିବ ନାହିଁ; କାରଣ ତାହା ସଦାପ୍ରଭୁଙ୍କ ସମ୍ମୁଖରେ ଘୃଣାଯୋଗ୍ୟ ଅଟେ; ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ଯେଉଁ ଦେଶ ତୁମ୍ଭକୁ ଦିଅନ୍ତି, ତୁମ୍ଭେ ତାହା ପାପରେ ଲିପ୍ତ କରିବ ନାହିଁ।


Lean sinn:

Sanasan


Sanasan