Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 2:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

10 ପାର ହୋଇ କିତ୍ତୀୟମାନଙ୍କର ଦ୍ଵୀପସମୂହକୁ ଯାଇ ଦେଖ, ଆଉ କେଦରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?

Faic an caibideil Dèan lethbhreac

ଓଡିଆ ବାଇବେଲ

10 ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି ?

Faic an caibideil Dèan lethbhreac

ପବିତ୍ର ବାଇବଲ

10 ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ। ଆଉ କେଦରକୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବେଚନା କରି ଦେଖ, ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି?

Faic an caibideil Dèan lethbhreac




ଯିରିମୀୟ 2:10
21 Iomraidhean Croise  

ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାୟେଲର ସନ୍ତାନମାନଙ୍କ ନାମ ଏହି। ଇଶ୍ମାୟେଲର ଜ୍ୟେଷ୍ଠ ପୁତ୍ର ନବାୟୋତ୍‍; ତାହା ଉତ୍ତାରେ କେଦାର ଓ ଅଦ୍‍ବେଲ ଓ ମିବ୍‍ସମ୍‍,


ତହିଁରେ ଲୋକମାନେ ଉତ୍ତର କରିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ଯେ ସେମାନଙ୍କ ପିତୃଗଣକୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବଗଣର ଆଶ୍ରୟ ନେଇ ସେମାନଙ୍କୁ ପ୍ରଣାମ ଓ ସେବା କଲେ; ଏହି ହେତୁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ଘଟାଇଅଛନ୍ତି।’”


ଆଉ, ଯବନର ସନ୍ତାନ ଇଲୀଶା, ତର୍ଶୀଶ, କିତ୍ତୀମ ଓ ରୋଦାନିମ୍‍ ଥିଲେ।


ଏଥିଉତ୍ତାରେ ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ।


କହାତର ପୁତ୍ର; ଅମ୍ରାମ୍‍, ଯିଷ୍‍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ।


ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।


ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ;


ସୋର ବିଷୟକ ଭାବବାଣୀ। ହେ ତର୍ଶୀଶର ଜାହାଜସକଳ, ତୁମ୍ଭେମାନେ ହାହାକାର କର; କାରଣ ତାହା ଏପରି ଉଚ୍ଛିନ୍ନ ହେଲା ଯେ, ତହିଁ ମଧ୍ୟରେ କୌଣସି ଗୃହ ନାହିଁ, କିମ୍ବା ପ୍ରବେଶିବାର ପଥ ନାହିଁ; କିତ୍ତୀମ ଦେଶରୁ ଏହା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।


ପୁଣି, ସେ କହିଲେ, “ଆଗୋ ସୀଦୋନର ଉପଦ୍ରୁତେ, ଅନୂଢ଼େ କନ୍ୟେ, ତୁମ୍ଭେ ଆଉ ଉଲ୍ଲାସ କରିବ ନାହିଁ, ଉଠ, ପାର ହୋଇ କିତ୍ତୀମକୁ ଯାଅ; ସେଠାରେ ସୁଦ୍ଧା ତୁମ୍ଭେ କିଛି ବିଶ୍ରାମ ପାଇବ ନାହିଁ।”


“ବାବିଲର ରାଜା ନବୂଖଦ୍‍ନିତ୍ସର ଦ୍ୱାରା ପରାଜିତ କେଦାରର ଓ ହାସୋର ରାଜ୍ୟସମୂହର ବିଷୟ। ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଉଠି କେଦାରକୁ ଯାଅ ଓ ପୂର୍ବଦେଶୀୟ ସନ୍ତାନଗଣର ସର୍ବସ୍ୱ ହରଣ କର।


ପୁଣି, ତୁମ୍ଭେ ଆପଣା ବସ୍ତ୍ରର କିଛି କିଛି ନେଇ ଆପଣା ପାଇଁ ନାନା ରଙ୍ଗରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପରେ ବ୍ୟଭିଚାର କ୍ରିୟା କଲ; ଏପରି କାର୍ଯ୍ୟ ହେବ ନାହିଁ, କିଅବା ହେବାର ହିଁ ଉଚିତ ନୁହେଁ।


ଆରବ ଓ କେଦାରର ଅଧିପତି ସମସ୍ତେ ତୁମ୍ଭର ହସ୍ତଗତ ବଣିକ ଥିଲେ; ମେଷଶାବକ, ମେଷ ଓ ଛାଗ, ଏସକଳ ବିଷୟରେ ସେମାନେ ତୁମ୍ଭର ବଣିକ ଥିଲେ।


ବାଶନର ଅଲୋନ କାଷ୍ଠରେ ସେମାନେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି; ସେମାନେ କିତ୍ତୀମ ଦ୍ୱୀପରୁ ଆନୀତ ତାଶୂର କାଷ୍ଠରେ ଖଚିତ ହସ୍ତୀଦନ୍ତ ଦ୍ୱାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।


ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ


ଏଥିଉତ୍ତାରେ ସେ ଦ୍ୱୀପଗଣର ବିରୁଦ୍ଧରେ ଯାଇ ଅନେକଙ୍କୁ ହସ୍ତଗତ କରିବ; ମାତ୍ର ଜଣେ ଅଧିପତି ତାହାର କୃତ ଅପମାନ ନିବୃତ କରାଇବ; ଆହୁରି, ସେ ତାହାର ଅପମାନ ତାହା ଉପରେ ବର୍ତ୍ତାଇବ।


କାରଣ କିତ୍ତୀମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରିଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରିଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ।


ମାତ୍ର କିତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି, ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।”


ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୁଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।


ତହିଁରେ ଯେତେ ଲୋକ ତାହା ଦେଖିଲେ, ସମସ୍ତେ କହିଲେ, “ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ଦିନାବଧି ଆଜି ପର୍ଯ୍ୟନ୍ତ ଏପରି କର୍ମ କେବେ କରାଯାଇ ନାହିଁ କି ଦେଖାଯାଇ ନାହିଁ; ଏ ବିଷୟରେ ମନୋଯୋଗ କର, ମନ୍ତ୍ରଣା ନିଅ ଓ କୁହ।”


Lean sinn:

Sanasan


Sanasan