Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 16:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା, କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା, କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

18 ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା,କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।”

Faic an caibideil Dèan lethbhreac

ପବିତ୍ର ବାଇବଲ

18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”

Faic an caibideil Dèan lethbhreac




ଯିରିମୀୟ 16:18
24 Iomraidhean Croise  

ପୁଣି, ସେମାନେ କିଣାନ ଦେଶର ଦେବତାଗଣ ଉଦ୍ଦେଶ୍ୟରେ ବଳିଦାନ କରି ନିର୍ଦ୍ଦୋଷ ରକ୍ତ, ଅର୍ଥାତ୍‍, ଆପଣା ଆପଣା ପୁତ୍ରକନ୍ୟାଗଣର ରକ୍ତପାତ କଲେ; ତହିଁରେ ଦେଶ ରକ୍ତରେ ଅଶୁଚି ହେଲା।


ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥାସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି।


ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତ ପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର।


ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।


ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି; “ଆମ୍ଭେ ନୀରବ ହୋଇ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ, ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା,


ସଦାପ୍ରଭୁ କହନ୍ତି, ପର୍ବତଗଣ ଉପରେ ଧୂପ ଜ୍ୱଳାଇଅଛ ଓ ଉପପର୍ବତଗଣ ଉପରେ ଆମ୍ଭକୁ ନିନ୍ଦା କରିଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅପରାଧ ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧସକଳର ପ୍ରତିଫଳ ଆମ୍ଭେ ଏକାବେଳେ ଦେବା; ଏନିମନ୍ତେ ଆମ୍ଭେ ପ୍ରଥମେ ସେମାନଙ୍କ କ୍ରିୟାର ପରିମାଣ କରି ସେମାନଙ୍କ କୋଳରେ ଦେବା।”


ଯେଉଁମାନେ ମୋତେ ତାଡ଼ନା କରନ୍ତି, ସେମାନେ ଲଜ୍ଜିତ ହେଉନ୍ତୁ, ମାତ୍ର ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; ସେମାନେ ନିରାଶ ହେଉନ୍ତୁ, ମାତ୍ର ମୋତେ ନିରାଶ ହେବାକୁ ଦିଅ ନାହିଁ; ସେମାନଙ୍କ ଉପରେ ଅମଙ୍ଗଳର ଦିନ ଆଣ ଓ ଦ୍ୱିଗୁଣ ବିନାଶରେ ସେମାନଙ୍କୁ ବିନାଶ କର।


ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ।


ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା।


ତଥାପି ଆମ୍ଭେ ଅତି ପ୍ରଭାତରେ ଉଠି ଆମ୍ଭର ସମସ୍ତ ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇ କହିଲୁ, ଆଃ, ଏହି ଘୃଣାଯୋଗ୍ୟ କାର୍ଯ୍ୟ ତୁମ୍ଭେମାନେ କର ନାହିଁ, ଆମ୍ଭେ ତାହା ଘୃଣା କରୁ।


ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ଯିହୁଦାର ସନ୍ତାନଗଣ କରିଅଛନ୍ତି; ସେମାନେ ଆମ୍ଭ ନାମରେ ଖ୍ୟାତ ଏହି ଗୃହକୁ ଅଶୁଚି କରିବା ନିମନ୍ତେ ସେମାନଙ୍କର ଘୃଣାଯୋଗ୍ୟ ବସ୍ତୁ ତହିଁ ମଧ୍ୟରେ ରଖିଅଛନ୍ତି।


ପୁଣି, ସେମାନେ ସେହି ଦେଶକୁ ଯିବେ ଓ ତହିଁର ଯାବତୀୟ ଅଶୁଚି ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେହି ସ୍ଥାନରୁ ଦୂର କରିବେ।


ମାତ୍ର ଯେଉଁମାନଙ୍କ ହୃଦୟ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ବସ୍ତୁସକଳର ହୃଦୟ ଅନୁସାରେ ଆଚରଣ କରେ, ଆମ୍ଭେ ସେମାନଙ୍କର ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।”


ଏନିମନ୍ତେ ସେମାନେ ଦେଶରେ ରକ୍ତ ଢାଳିବା ସକାଶୁ ଓ ଆପଣାମାନଙ୍କର ପ୍ରତିମାଗଣ ଦ୍ୱାରା ତାହା ଅଶୁଚି କରିବା ସକାଶୁ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ଢାଳିଲୁ,


ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ।


ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ଡର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ। ଭବିଷ୍ୟଦ୍‍ବକ୍ତା ନିର୍ବୋଧ, ଆତ୍ମା ପ୍ରାପ୍ତ ଲୋକ ଉତ୍ତେଜିତ, କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼।


ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚ ସ୍ଥଳସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମାସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତ ଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।


ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ-ସ୍ଥାନ ନୁହେଁ; ଯେହେତୁ ଅଶୁଚିତା ବିନାଶ, ଅର୍ଥାତ୍‍, ଭୟାନକ ବିନାଶ କରୁଅଛି।


ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।


Lean sinn:

Sanasan


Sanasan