Biblia Todo Logo
Bìoball air-loidhne

- Sanasan -




ଯାକୁବଙ୍କ ପତ୍ର 1:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ଵାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ।

Faic an caibideil Dèan lethbhreac

ଓଡିଆ ବାଇବେଲ

6 କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

6 କିନ୍ତୁ ପ୍ରାର୍ଥନା କରିବା ବେଳେ ଆଦୌ ସନ୍ଦେହ ନ କରି ବିଶ୍ୱାସ ସହକାରେ ପ୍ରାର୍ଥନା କର। ଯେ ସନ୍ଦହ କରେ, ସେ ପବନରେ ଆନ୍ଦାଳିତ ଅସ୍ଥିର ତରଙ୍ଗ ସଦୃଶ।

Faic an caibideil Dèan lethbhreac

ପବିତ୍ର ବାଇବଲ

6 କିନ୍ତୁ ତୁମ୍ଭେ ଯେତେବେଳେ ପରମେଶ୍ୱରଙ୍କୁ ମାଗିଥାଅ, ସେତେବେଳେ ତୁମ୍ଭକୁ ବିଶ୍ୱାସ କରିବାକୁ ପଡ଼ିବ। ପରମେଶ୍ୱରଙ୍କୁ ସନ୍ଦେହ କର ନାହିଁ। ସନ୍ଦେହୀ ଲୋକ ସମୁଦ୍ରର ଢେଉ ଭଳି। ପବନ ଢେଉକୁ ଉପରକୁ ଉଠାଏ ଓ ତଳକୁ ପକାଏ, ସନ୍ଦେହୀ ଲୋକ ସେହି ଢେଉ ଭଳି।

Faic an caibideil Dèan lethbhreac




ଯାକୁବଙ୍କ ପତ୍ର 1:6
14 Iomraidhean Croise  

ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା।


ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ।


ଉଠ, ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ।


ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,


ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ।


ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ;


ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ବର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।


ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହୁଅ, କାରଣ ଖାଦ୍ୟପଦାର୍ଥ ଦ୍ୱାରା ନୁହେଁ, ମାତ୍ର ଅନୁଗ୍ରହ ଦ୍ୱାରା ହୃଦୟ ସ୍ଥିରୀକୃତ ହେବା ଭଲ; ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହେବ ନାହିଁ।


ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ;


ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ।


ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।


Lean sinn:

Sanasan


Sanasan