Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 5:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

27 ସେମାନଙ୍କ ମଧ୍ୟରେ କେହି କ୍ଳା; ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁକି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ତିବ ନାହିଁ;

Faic an caibideil Dèan lethbhreac

ଓଡିଆ ବାଇବେଲ

27 ସେମାନଙ୍କ ମଧ୍ୟରେ କେହି କ୍ଳାନ୍ତ ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁ କି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ;

Faic an caibideil Dèan lethbhreac

ପବିତ୍ର ବାଇବଲ

27 ସେହି ଶତ୍ରୁଗଣ କେବେ ଅବଶ ହେବେ ନାହିଁ କି ସେମାନଙ୍କର ପତନ ହେବ ନାହିଁ। ସେମାନେ କେବେ ଢୁଳାଇବେ ନାହିଁ କି ଶୋଇଯିବେ ନାହିଁ। ସେମାନଙ୍କର କଟିବନ୍ଧନ କେବେ ଫିଟିବ ନାହିଁ କି ପାଦୁକାର ବନ୍ଧନ ଛିଣ୍ଡିବ ନାହିଁ।

Faic an caibideil Dèan lethbhreac




ଯିଶାଇୟ 5:27
14 Iomraidhean Croise  

ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍‍ର ପୁତ୍ର ଅବ୍‍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା।


ସେ ରାଜାମାନଙ୍କର ବନ୍ଧନ ମୁକ୍ତ କରନ୍ତି ଓ କଟିବନ୍ଧନୀରେ ସେମାନଙ୍କ କଟି ବାନ୍ଧନ୍ତି।


ସେ ଅଧିକାରୀମାନଙ୍କ ଉପରେ ତୁଚ୍ଛତା ଢାଳନ୍ତି; ଓ ବଳବାନର ପଟୁକା ଫିଟାଇ ପକାନ୍ତି।


ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ଓ ମୋହର ପଥ ସିଦ୍ଧ କରନ୍ତି।


ସଦାପ୍ରଭୁ ରାଜ୍ୟ କରନ୍ତି; ସେ ମହିମାରେ ବସ୍ତ୍ରାନ୍ୱିତ; ସଦାପ୍ରଭୁ ବସ୍ତ୍ରାନ୍ୱିତ ହୋଇ ବଳରେ ଆପଣା କଟି ବାନ୍ଧି ଅଛନ୍ତି; ଜଗତ ମଧ୍ୟ ଏପରି ସ୍ଥାପିତ ଯେ, ତାହା ବିଚଳିତ ହୋଇ ନ ପାରେ।


ତେବେ ତୁମ୍ଭେ ଆପଣା ପଥରେ ନିର୍ଭୟରେ ଚାଲିବ, ପୁଣି, ତୁମ୍ଭର ଚରଣ ଝୁଣ୍ଟିବ ନାହିଁ।


ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।


ସଦାପ୍ରଭୁ ଆପଣା ଅଭିଷିକ୍ତ ବ୍ୟକ୍ତିର, ଅର୍ଥାତ୍‍, କୋରସ୍‍ର ବିଷୟରେ ଏହି କଥା କହନ୍ତି, ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀଙ୍କୁ ପରାସ୍ତ କରିବା ନିମନ୍ତେ ତାହାର ଡାହାଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା; ଆମ୍ଭେ ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାରସବୁ ବନ୍ଦ ହେବ ନାହିଁ;


ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ; ଆମ୍ଭ ଛଡ଼ା ଆଉ ପରମେଶ୍ୱର ନାହାନ୍ତି; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭର କଟିବନ୍ଧନ କରିବା;


ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍‍ବିଗ୍ନ କଲା; ପୁଣି, ତାହାର କଟିଦେଶରେ ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା।


ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।


ବାହାରେ ଖଡ୍ଗ ଶୂନ୍ୟ କରିବ ଓ ଗୃହ ଭିତରେ ଭୟ; ତାହା ଯୁବା ଓ ଯୁବତୀ ଦୁହିଁଙ୍କୁ, ପୁଣି ଦୁଗ୍ଧପୋଷ୍ୟ ଶିଶୁ ସହିତ ପକ୍ୱକେଶ ବୃଦ୍ଧକୁ (ବିନାଶ କରିବ)।


Lean sinn:

Sanasan


Sanasan