Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 45:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ତ ଖଣ୍ତ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;

Faic an caibideil Dèan lethbhreac

ଓଡିଆ ବାଇବେଲ

2 “ଆମ୍ଭେ ତୁମ୍ଭର ଆଗେ ଆଗେ ଗମନ କରିବା, ରଗଡ଼ା ସ୍ଥାନ ସବୁ ସମାନ କରିବା; ଆମ୍ଭେ ପିତ୍ତଳର କବାଟସବୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ଓ ଲୌହ ଅର୍ଗଳସବୁ କାଟି ପକାଇବା;

Faic an caibideil Dèan lethbhreac

ପବିତ୍ର ବାଇବଲ

2 ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।

Faic an caibideil Dèan lethbhreac




ଯିଶାଇୟ 45:2
17 Iomraidhean Croise  

ଯେହେତୁ ସେ ପିତ୍ତଳ-ଦ୍ୱାର ଭାଙ୍ଗିଅଛନ୍ତି ଓ ଲୌହ-ଅର୍ଗଳ କାଟି ପକାଇଅଛନ୍ତି।


ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ୱଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ, ସେମାନେ ଅଧିପତିମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରନ୍ତୁ।


ହେ ନଗର-ଦ୍ୱାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ।”


ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି।


ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ;


ପୁଣି, ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବା; ଯେଉଁ ମାର୍ଗ ସେମାନେ ଜାଣନ୍ତି ନାହିଁ, ସେହି ସବୁ ମାର୍ଗରେ ସେମାନଙ୍କୁ କଢ଼ାଇବା; ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୁଅ ଓ ବକ୍ରସ୍ଥାନସବୁକୁ ସଳଖ କରିବା। ଏହିସବୁ କାର୍ଯ୍ୟ ଆମ୍ଭେ କରି ସେମାନଙ୍କୁ ପରିତ୍ୟାଗ କରିବା ନାହିଁ।


ଆମ୍ଭେ ଧର୍ମରେ ତାହାକୁ ଉତ୍ପନ୍ନ କରିଅଛୁ ଓ ଆମ୍ଭେ ତାହାର ସକଳ ପଥ ସରଳ କରିବା; ସେ ଆମ୍ଭର ନଗର ନିର୍ମାଣ କରିବ ଓ ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ଛାଡ଼ିଦେବ, ମୂଲ୍ୟ ନିମନ୍ତେ କିଅବା ପୁରସ୍କାର ନିମନ୍ତେ ନୁହେଁ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ଆମ୍ଭେ, ଆମ୍ଭେ ହିଁ ବାକ୍ୟ କହିଅଛୁ; ହଁ, ଆମ୍ଭେ ତାହାକୁ ଆହ୍ୱାନ କରିଅଛୁ; ଆମ୍ଭେ ତାହାକୁ ଆଣିଅଛୁ, ଆଉ ସେ ଆପଣା ପଥରେ କୃତକାର୍ଯ୍ୟ ହେବ।


“ତୁମ୍ଭେ ଯାଇ ହନାନୀୟକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କାଷ୍ଠର ଯୁଆଳି ଭାଙ୍ଗିଅଛ ପ୍ରମାଣ; ମାତ୍ର ତହିଁ ବଦଳରେ ତୁମ୍ଭେ ଲୁହାର ଯୁଆଳି ପ୍ରସ୍ତୁତ କରିବ।


ବାବିଲର ବୀରଗଣ ଯୁଦ୍ଧରୁ କ୍ଷାନ୍ତ ହୋଇଅଛନ୍ତି, ସେମାନେ ଆପଣାମାନଙ୍କର ଗଡ଼ ମଧ୍ୟରେ ରହୁଛନ୍ତି; ସେମାନଙ୍କର ବଳ ଊଣା ହୋଇଅଛି; ସେମାନେ ସ୍ତ୍ରୀମାନଙ୍କ ସମାନ ହୋଇଅଛନ୍ତି, ତାହାର ବାସସ୍ଥାନସବୁ ଦଗ୍ଧ, ତାହାର ହୁଡ଼କାସବୁ ଭଗ୍ନ ହୋଇଅଛି।


ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ପ୍ରଶସ୍ତ ପ୍ରାଚୀର ସମ୍ପୂର୍ଣ୍ଣ ଉତ୍ପାଟିତ ହେବ ଓ ତାହାର ଉଚ୍ଚ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହେବ; ପୁଣି, ଲୋକବୃନ୍ଦ ଅସାରତାର ନିମନ୍ତେ ଓ ଗୋଷ୍ଠୀଗଣ ଅଗ୍ନି ନିମନ୍ତେ ପରିଶ୍ରମ କରିବେ; ଆଉ ସେମାନେ କ୍ଳାନ୍ତ ହେବେ।”


ପୀରସ୍‍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”


ମୁଁ ସେହି ମେଷକୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ିବାର ଦେଖିଲି; ଆଉ, କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ, କିଅବା ତାହାର ହସ୍ତରୁ ଉଦ୍ଧାର କରିବାକୁ କେହି ନ ଥିଲା; ମାତ୍ର ସେ ସ୍ଵେଚ୍ଛାମତ କର୍ମ କରି ଆପଣାର ବଡ଼ାଇ ପ୍ରକାଶ କଲା।


ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ପରି ଅଟନ୍ତି; ତୁମ୍ଭ ଦେଶର ନଗରଦ୍ୱାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି।


ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;


ସେହି ସମୟରେ ପିତର ଭାଇମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ; (ସେଠାରେ ଯୀଶୁଙ୍କର ଅନୁଗତ ପ୍ରାୟ ଶହେ କୋଡ଼ିଏ ଜଣ ଥିଲେ),


Lean sinn:

Sanasan


Sanasan