Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 19:2 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ଆମ୍ଭେ ମିସରୀୟମାନଙ୍କୁ ମିସରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ଆମ୍ଭେ ମିସ୍ରୀୟମାନଙ୍କୁ ମିସ୍ରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ପୁଣି, “ଆମ୍ଭେ ମିସ୍ରୀୟମାନଙ୍କୁ ମିସ୍ରୀୟମାନଙ୍କ ପ୍ରତିକୂଳରେ ଉତ୍ତେଜିତ କରିବା; ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇର ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ବିରୁଦ୍ଧରେ ଯୁଦ୍ଧ କରିବେ; ନଗର ନଗର ବିରୁଦ୍ଧରେ, ରାଜ୍ୟ ରାଜ୍ୟ ବିରୁଦ୍ଧରେ, ଯୁଦ୍ଧ କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ପରମେଶ୍ୱର କୁହନ୍ତି, “ମିଶରୀୟମାନେ ଆପଣା ଆପଣା ବିରୁଦ୍ଧରେ ଯୁଦ୍ଧ କରିବେ, ମୁଁ ତା'ର କାରଣ ହେବି। ଲୋକେ ସେମାନଙ୍କ ଭାଇ ବିପକ୍ଷରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧ୍ୟରେ ଯୁଦ୍ଧ ହେବ। ନଗର ନଗର ମଧ୍ୟରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଲଢ଼ିବେ।

Faic an caibideil Dèan lethbhreac




ଯିଶାଇୟ 19:2
20 Iomraidhean Croise  

ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।


ପୁଣି ସେମାନେ ଗୋଷ୍ଠୀ ବିରୁଦ୍ଧରେ ଗୋଷ୍ଠୀ ଓ ନଗର ବିରୁଦ୍ଧରେ ନଗର ଭିନ୍ନ ହୋଇଥିଲେ; କାରଣ ପରମେଶ୍ୱର ସର୍ବପ୍ରକାର ସଙ୍କଟ ଦ୍ୱାରା ସେମାନଙ୍କୁ ତ୍ରାସଯୁକ୍ତ କରିଥିଲେ।


ଆଉ, ଲୋକମାନେ ଏକ ଜଣ ଅନ୍ୟ ଜଣ ଦ୍ୱାରା ଓ ପ୍ରତ୍ୟେକ ଲୋକ ଆପଣା ପ୍ରତିବାସୀ ଦ୍ୱାରା ଉପଦ୍ରୁତ ହେବେ; ବାଳକ ପ୍ରାଚୀନଙ୍କ ବିରୁଦ୍ଧରେ ଓ ଅଧମ ଲୋକ ସମ୍ଭ୍ରାନ୍ତ ଲୋକ ବିରୁଦ୍ଧରେ ଗର୍ବାଚରଣ କରିବ।


ମନଃଶି ଇଫ୍ରୟିମର ଓ ଇଫ୍ରୟିମ ମନଃଶିର ପ୍ରତିକୂଳ ହେବେ, ପୁଣି, ସେମାନେ ଏକତ୍ର ହୋଇ ଯିହୁଦାର ପ୍ରତିକୂଳ ହେବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି, ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ; କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।”


ପୁଣି, ତୁମ୍ଭେମାନେ ଆପଣା ହୃଦୟକୁ କ୍ଷୀଣ ହେବାକୁ ଦିଅ ନାହିଁ, କିଅବା ଦେଶ ମଧ୍ୟରେ ଯେଉଁ ଜନରବ ଶୁଣାଯିବ, ତହିଁ ସକାଶୁ ଭୀତ ହୁଅ ନାହିଁ; କାରଣ ଏକ ବର୍ଷ ଏକ ଜନରବ ଉଠିବ, ଅନ୍ୟ ବର୍ଷ ଅନ୍ୟ ଏକ ଜନରବ ଉଠିବ, ପୁଣି ଦେଶରେ ଦୌରାତ୍ମ୍ୟ ଓ ଶାସନକର୍ତ୍ତା ଶାସନକର୍ତ୍ତାର ବିପକ୍ଷ ହେବ।


ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ।


କାରଣ ସେହି ସମୟର ପୂର୍ବେ ମନୁଷ୍ୟ ପାଇଁ ବେତନ ନ ଥିଲା, କିଅବା ପଶୁ ପାଇଁ ଭଡ଼ା ନ ଥିଲା ଅଥବା ଯେଉଁ ଜନ ବାହାରକୁ ଗଲା, ଅବା ଭିତରକୁ ଆସିଲା, ବିପକ୍ଷ ସକାଶୁ ତାହାର କିଛି ଶାନ୍ତି ନ ଥିଲା; କାରଣ ଆମ୍ଭେ ପ୍ରତ୍ୟେକ ଜଣକୁ ଆପଣା ଆପଣା ପ୍ରତିବାସୀର ବିପକ୍ଷ କରାଇଲୁ।


ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।


ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’


କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।


କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।


ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।


ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍‍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।


ପରମେଶ୍ୱର ଅବୀମେଲକ୍‍ ଓ ଶିଖିମ ନିବାସୀ ଲୋକମାନଙ୍କ ମଧ୍ୟରେ ମନ୍ଦ ଆତ୍ମା ପଠାଇଲେ, ତହିଁରେ ଶିଖିମ ନିବାସୀ ଲୋକମାନେ ଅବୀମେଲକ୍‍ ପ୍ରତି ବିଶ୍ୱାସଘାତକତା କଲେ,


ସେତେବେଳେ ବିନ୍ୟାମୀନ୍ ପ୍ରଦେଶସ୍ଥ ଗିବୀୟାରେ ଶାଉଲଙ୍କର ପ୍ରହରୀମାନେ ଅନାଇଲେ; ଆଉ ଦେଖ, ଲୋକଗହଳ ଭାଙ୍ଗିଯାଇ ଏଆଡ଼େ ସେଆଡ଼େ ଯାଉଅଛନ୍ତି।


ତହୁଁ ଶାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକୁ ଗଲେ; ସେତେବେଳେ ଦେଖ, ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଅଛି ଓ ମହା କୋଳାହଳ ହେଉଅଛି।


Lean sinn:

Sanasan


Sanasan