Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 14:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ହେ ପ୍ରଭାତୀତାରା, ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ!

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ହେ ଲୁଶିଫର ! ପ୍ରତ୍ୟୁଷର ପୁତ୍ର ! ତୁମ୍ଭେ କିପରି ସ୍ଵର୍ଗରୁ ପତିତ ହେଲ ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ !

Faic an caibideil Dèan lethbhreac

ଓଡିଆ ବାଇବେଲ

12 ହେ ପ୍ରଭାତୀ ତାରା, ପ୍ରତ୍ୟୁଷର ପୁତ୍ର ! ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ !

Faic an caibideil Dèan lethbhreac

ପବିତ୍ର ବାଇବଲ

12 ତୁମ୍ଭେ ପ୍ରଭାତୀ ତାରା ସଦୃଶ ଥିଲ। ବର୍ତ୍ତମାନ ତୁମ୍ଭର ପତନ ଘଟିଛି। ଅତୀତରେ ସମସ୍ତ ଗୋଷ୍ଠୀ ତୁମ୍ଭ ନିକଟରେ ନତ ହେଉଥିଲେ। କିନ୍ତୁ ବର୍ତ୍ତମାନ ତୁମ୍ଭକୁ ଛେଦନ କରାଯାଇଛି।

Faic an caibideil Dèan lethbhreac




ଯିଶାଇୟ 14:12
18 Iomraidhean Croise  

କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ।


ପୁଣି, ଆକାଶମଣ୍ଡଳର ସୈନ୍ୟ ସମସ୍ତେ କ୍ଷୟ ପାଇବେ ଓ ଗଗନମଣ୍ଡଳ ନଳାକାର ପୁସ୍ତକ ତୁଲ୍ୟ ଗୁଡ଼ା ହେବ; ଆଉ, ଯେପରି ଦ୍ରାକ୍ଷାଲତାର ଜୀର୍ଣ୍ଣପତ୍ର ଓ ଡିମ୍ବିରି ବୃକ୍ଷର ଜୀର୍ଣ୍ଣପତ୍ର, ସେହିପରି ସେମାନଙ୍କର ସୈନ୍ୟସାମନ୍ତସବୁ କ୍ଷୟ ପାଇବେ।


ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!


ସଦାପ୍ରଭୁ କହନ୍ତି, ଯଦ୍ୟପି ବାବିଲ ଆକାଶ ପର୍ଯ୍ୟନ୍ତ ଉଠିବ, ଆଉ ଯଦ୍ୟପି ସେ ଆପଣା ବଳରୂପ ଉଚ୍ଚ ଦୁର୍ଗକୁ ଦୃଢ଼ କରିବ, ତଥାପି ଆମ୍ଭ ନିକଟରୁ ବିନାଶକମାନେ ତାହାର ମଧ୍ୟରେ ଉପସ୍ଥିତ ହେବେ।


ପ୍ରଭୁ ଆପଣା କ୍ରୋଧରେ ସିୟୋନ କନ୍ୟାକୁ କିପରି ମେଘାଚ୍ଛନ୍ନ କରିଅଛନ୍ତି! ସେ ଇସ୍ରାଏଲର ଶୋଭା ସ୍ୱର୍ଗରୁ ପୃଥିବୀକୁ ପକାଇ ଦେଇଅଛନ୍ତି, ପୁଣି ଆପଣା କ୍ରୋଧର ଦିନରେ ଆପଣା ପାଦପୀଠ ସ୍ମରଣ କରି ନାହାନ୍ତି।


ପୁଣି, ସେମାନେ ତୁମ୍ଭ ବିଷୟରେ ବିଳାପ କରି ତୁମ୍ଭକୁ କହିବେ, ‘ହେ ସମୁଦ୍ର ବ୍ୟବସାୟୀମାନଙ୍କର ନିବାସଭୂମି ପ୍ରସିଦ୍ଧ ନଗରୀ, ତୁମ୍ଭେ କିପରି ବିନଷ୍ଟ ହୋଇଅଛ! ସେ ତ ସମୁଦ୍ରରେ ପରାକ୍ରାନ୍ତ ଥିଲା; ସେ ଓ ତାହାର ନିବାସୀଗଣ ସେଠାରେ ଗତାୟାତକାରୀ ସମସ୍ତଙ୍କ ପ୍ରତି ଭୟଜନକ ଥିଲେ।


ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।


ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତ୍ରି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ।


କାରଣ ଈଶ୍ବର ପାପରେ ପତିତ ଦୂତମାନଙ୍କୁ ନ ଛାଡ଼ି ନର୍କରେ ନିକ୍ଷେପ କରି ବିଚାର ନିମନ୍ତେ ଅନ୍ଧକାରମୟ ଗହ୍ୱରରେ ରଖିଅଛନ୍ତି


ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ।


ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”


ତୃତୀୟ ଦୂତ ତୂରୀଧ୍ୱନୀ କରନ୍ତେ ଅଗ୍ନିଶିଖା ପରି ପ୍ରଜ୍ୱଳିତ ଗୋଟିଏ ବୃହତ୍ ନକ୍ଷତ୍ର ଆକାଶରୁ ଖସି ନଦୀସମୂହର ତୃତୀୟାଂଶ ଓ ନିର୍ଝରଗୁଡ଼ିକ ଉପରେ ପତିତ ହେଲା;


ତତ୍ପରେ ପଞ୍ଚମ ଦୂତ ତୂରୀଧ୍ୱନୀ କରନ୍ତେ ମୁଁ ଆକାଶରୁ ଗୋଟିଏ ନକ୍ଷତ୍ର ପୃଥିବୀରେ ପତିତ ହେବାର ଦେଖିଲି; ତାହାକୁ ପାତାଳକୁଣ୍ଡର ଚାବି ଦିଆଗଲା।


Lean sinn:

Sanasan


Sanasan